34.1 C
Bhubaneswar
Thursday, April 25, 2024
Homeଓଡିଶାଧୂଳିରୁ ସାମୟିକ ତ୍ରାହି, ହେଲା ପାଣି ଛିଞ୍ଚନ

ଧୂଳିରୁ ସାମୟିକ ତ୍ରାହି, ହେଲା ପାଣି ଛିଞ୍ଚନ

ରାଉରକେଲା: ଜାତୀୟ ରାଜପଥ-୧୪୩ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ନିର୍ମାଣ କାର୍ଯ୍ୟ ଯୋଗୁ ରାଜପଥରେ ଧୂଳି ଜମା ହେବା ସହ ବ୍ୟାପକ ବାୟୁ ପ୍ରଦୂଷଣ ହେବା ଅଭିଯୋଗ ହୋଇଥିଲା । ଏ ସଂକ୍ରାନ୍ତରେ ଏକ ଖବର ଦୈନିକ ଖବର କାଗଜ ‘ସମାଜ’ରେ ଗତ ୨୦ ଜୁଲାଇରେ ପ୍ରକାଶ ପାଇବା ପରେ ଆଜି ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ ଜାତୀୟ ରାଜପଥ-୧୪୩ରେ ପାଣି ଛିଚଂନ କରାଯାଇଛି । ସୂଚନାଯୋଗ୍ୟଯେ, ଜାତୀୟ ରାଜପଥରେ ଭାରୀଯାନ ଯେପରି ଡମ୍ପର, ଟ୍ରଲର, ଦଶ ଚକିଆ ଟ୍ରକ ଆଦି ଚଳାଚଳ ଯୋଗୁ ଜାତୀୟ ରାଜପଥ ଧୂଳିମୟ ହୋଇ ଉଠିଥିଲା ।  ପ୍ରବଳ ଧଳି ଯୋଗୁ ରାସ୍ତା ଏକପ୍ରକାର ଅନ୍ଧକାରମୟ ହେବା ଯୋଗୁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ । ଏହି ରାସ୍ତା ଦେଇ ସାରନଗରୀ ସମେତ ଦେଓଗାଁ, ଜଲଦା ଓ ଲାଠିକଟା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଗ୍ରାମବାସୀ ମାନେ ଯାତାୟତ କରୁଥିବା ସମୟରେ ପ୍ରଦୂଷଣର ଶୀକାର ହୋଇଥିଲେ । ସେହିପରିି ଜଲଦା ସି ବ୍ଲକ, ତରକେରା ପମ୍ପ ହାଉସ,  ବାଲୁଘାଟ, କାଟିନ, ତୂରିବେର୍ଣ୍ଣା ଛକ ଆଦି ସ୍ଥାନରେ ଜାତୀୟ ରାଜପଥରେ ଧୂଳିର ପରିବେଶ ଲୋକଙ୍କୁ ନୟାନ୍ତ କରି ପକାଇଥିଲା । ଏହ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଟ୍ୟାଙ୍କର ଯୋଗେ ପାଣି ପରିବହନ କଲାପରେ କାର୍ଯ୍ୟରତ ଠିକା ସଂ୍‌ସ୍ଥା ଦ୍ୱାରା ଜାତୀୟ ରାଜପଥ-୧୪୩ରେ ପାଣି ଛିଚଂନ କରାଯାଇଥିଲା । ଏହାପରେ ସାମୟିକ ଭାବେ ରାଜପଥରେ ଧୁଳି ଉଡ଼ିବାରୁ ଜନସାଧାରଣଙ୍କୁ ନିସ୍ତାର ମିଳିଛି । ଆଗାମୀ ଦିନରେ ଜାତୀୟ ରାଜପଥ ସଂପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ଠିକା ସଂସ୍ଥା ଏଥିପ୍ରତି ଯତ୍ନବାନ ହେବାକୁ ସାଧାରଣରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking