ଭବାନୀପାଟଣା: ଆଶା ଥିଲା ସବୁବର୍ଷ ଭଳି ଇନ୍ଦ୍ରାବତୀ କେନାଲ ପାଣି ରେ ଡ଼ାଲୁଅ ଧାନ ଅମଳ କରି ଲାଭବାନ ହୋଇ କିଛି ଆର୍ଥିକ ମାନଦଣ୍ଡ ସୁଦୃଢ କରିବେଚାଷୀ। ପ୍ରଥମ ରୁ ସବୁ ଠିକ ରହିଲା ।କେନାଲ ରୁ ପାଣି ଛାଡିବାରୁ ଚାଷୀ ଖୁସି। ମନ ରେ ଚାଷ କାର୍ଯ୍ୟ ଆରମ୍ଭ କଲେ ତଳି ପକାଇବା ସହ ରୁଆ ସରିଲା ହେଲେ ତାପରେ ଆଉ କେନାଲ ରୁ ପାଣି ଆସିଲା ନାହିଁ। ଆଜି ଆସିବ କାଲି ଆସିବ ବୋଲି ଦିନ ଗଡି ଚାଲିଲା, ହେଲେ ପାଣି ଆଜିଯାଏ ଦେଖା ମିଳିଲା ନାହି। ଫଳରେ ଚାଷ ନଷ୍ଟ ହେବା ସହ ଜମି ସବୁ ଫାଟି ଆ କଲାଣି। କିଛି ଚାଷୀ ଜମିରେ ଗାଈଗୋରୁ ଛାଡ଼ି ଦେଲେଣି। ଏହି ଘଟଣା ହେଉଛି କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚୟତ ଅନ୍ତର୍ଗତ ପିପଲ ପଡା ଗାଁ ର ।ଏହି ଗାଁ ର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଚାଷୀ ଡାଲୁଅ ଧାନ ଚାଷ କରିଥିଲେ, ହେଲେ ଠିକ ବେଳ କୁ ଇନ୍ଦ୍ରାବତୀ କେନାଲ ପାଣି ଧୋକା ଦେବାଯୋଗୁଁ ଏବେ ଦୋଛକିରେ ରେ ପଡ଼ିଛନ୍ତି ଚାଷୀ ।ବିଭିନ୍ନ ବ୍ୟାଙ୍କ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ରୁ ଋଣ ଆଣି ଚାଷ କରିଥିଲେ । ଏବେ ଉପାୟ ଶୂନ୍ୟ କେମିତି ଆଣିଥିବା ଋଣ କରଜ ପରିଶୋଧ କରିବେ ।ଏ ନେଇ ଚାଷୀଙ୍କ ଆଖି ର ନିଦ ହଜିଯାଇଛି ।ବାରମ୍ବାର ଇନ୍ଦ୍ରାବତୀ କେନାଲ ବିଭାଗୀୟ ଅଧିକାରୀ ଙ୍କୁ ହାରି ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଳି କହିଛନ୍ତି ପିପଲ ପଡା ଗ୍ରାମରଚାଷୀ।