28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗପଖାଳ ଖାଇବା ଶରୀର ପାଇଁ ଭଲ ନ ଖରାପ

ପଖାଳ ଖାଇବା ଶରୀର ପାଇଁ ଭଲ ନ ଖରାପ

ଭୁବନେଶ୍ୱର : ଆଜିକାଲି ପ୍ରାୟ ସମସ୍ତେ ଟିକେ ଚାଇନିଜ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରୁଛନ୍ତି । ବିଶେଷ ଭାବରେ ଆଜିର ଯୁବପିଢୀ ବେଶି ଜଙ୍କ ଫୁଡ ଆଉ ତେଲିଆ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ଯେମିତି ନୁଡୁଲ୍ସ ହେଉ କିମ୍ବା ଚାଓମିନ, ମ୍ୟାଗି, ରୋଲ୍ ଇତ୍ୟାଦି । ହେଲେ ଏହା ଶରୀର ପକ୍ଷେ ହିତକର ନୁହେଁ । ଗୋଟିଏ ପଟେ ଯୁବପିଢୀ ଏହାକୁ ପସନ୍ଦ କରୁଥିବା ବେଳେ ଅନ୍ୟପଟେ ବୟସ୍ତ ବ୍ୟକ୍ତି ପଖାଳ ଖାଇବାକୁ ପସନ୍ଦ କରନ୍ତି । କାରଣ ସେମାନେ ବାସ୍ତବରେ ପଖାଳ ଖାଇବାର ମଜା ଜାଣିଛନ୍ତି । ପଖାଳ ଖାଇବାକୁ ଅନେକଙ୍କୁ ଭଲ ଲାଗିଥାଏ। ଏହା ପାଟିକୁ ମଧ୍ୟ ସୁଆଦିଆ ଲାଗିଥାଏ। ବହୁ ଲୋକଙ୍କ ଧାରଣା ଥାଏ ଯେ ନିୟମିତ ପଖାଳ ଖାଇଲେ ଥଣ୍ଡା ହୋଇଯାଇଥାଏ ଓ ମୋଟାପଣ ବଢ଼ିଥାନ୍ତି। ଆଉ କିଛି ଭାବିଥାନ୍ତି, ବାସୀ ଭାତ ଖାଇଲେ ଦେହ ଖରାପ ହୋଇଥିଏ। କିିନ୍ତୁ ପଖାଳ ସ୍ୱାସ୍ଥ୍ୟପ୍ରତି ବହୁତ ଭଲ। ନିୟମିତ ପଖାଳ ଖାଉଥିବା ବ୍ୟକ୍ତି ବହୁତ କମ୍ ରୋଗରେ ପଡିଥାନ୍ତି। ଆସନ୍ତୁ ଜାଣିବା ପଖାଳ ଖାଇଲେ କଣ ସବୁ ଫାଇଦା ମିଳିଥାଏ।

ପଖାଳରେ ଅନେକ ମାତ୍ରାରେ ଫାଇବର୍ ଥିବାରୁ ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଯଦି ଆପଣ ଅଲସର ରୋଗୀ ହୋଇଥିବେ; ତେବେ ସପ୍ତାହରେ ୩ ରୁ ୪ ଥର ପଖାଳ ଖାଇଲେ ପେଟରେ ହୋଇଥିବା ଘା ଶୀଘ୍ର ଭଲ ହେଇଯିବ।

ଆପଣଙ୍କୁ ଯଦି ପ୍ରତିଦିନ ଚାହା ଓ କଫି ପିଇବାର ଖରାପ ଅଭ୍ୟାସ ରହିଛି ଏବଂ ଏହି ଖରାପ ଅଭ୍ୟାସକୁ ଛାଡିପାରୁନାହଁନ୍ତି ତେବେ ସକାଳେ ଉଠି ପଖାଳ ଖାଆନ୍ତୁ ଏହି ଅଭ୍ୟାସ ଦୂର ହୋଇଯିବ।

ପଖାଳ ଖାଇଲେ ଆପଣ ଦିନସାରା ଏନଜେର୍ଟିକ ଅନୁଭବ କରିବେ ଓ ଏଥିସହିତ ଆପଣଙ୍କୁ ସାରାଦିନ ସବୁ କାମ କରିବାକୁ ଶକ୍ତି ଯୋଗାଇବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking