27.8 C
Bhubaneswar
Friday, April 19, 2024
Homeଓଡିଶାଜଳ ପ୍ରକଳ୍ପ ଅଚଳ; ଆଇରନ ପାଣି ପିଉଛନ୍ତି ଗ୍ରାମବାସୀ

ଜଳ ପ୍ରକଳ୍ପ ଅଚଳ; ଆଇରନ ପାଣି ପିଉଛନ୍ତି ଗ୍ରାମବାସୀ

ନୟାଗଡ: ପାନୀୟ ଜଳ ପ୍ରକଳ୍ପ ଅଂଚଳର ଲୋକମାନେ ହନ୍ତସନ୍ତ ହୋଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ସିଂହାପଡା ଗାଁରେ । ଗ୍ରାମାଂଚଳରେ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ସରକାର ପ୍ରକଳ୍ପ ସ୍ଥାପନ କରି ଲକ୍ଷାଧିକ ଟଙ୍କା ବ୍ୟୟ କରିଛନ୍ତି । କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଦାୟିତ୍ୱହୀନତା ଯୋଗୁଁ ପ୍ରକଳ୍ପ ଏବେ ଅଚଳ । କିନ୍ତୁ ଲୋକମାନେ ହେଉଛନ୍ତି ହନ୍ତସନ୍ତ । ସିଂହାପଡା ଗାଁର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ପରିବାର ପାନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭର କରନ୍ତି । କିନ୍ତୁ ଏହି ପ୍ରକଳ୍ପ ଏବେ ଅଚଳ ଯୋଗୁଁ ନଳକୂପର ଆଇରନ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking