32.1 C
Bhubaneswar
Thursday, March 28, 2024
Homeଓଡିଶାନୟା ନିଳକଣ୍ଠପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ

ନୟା ନିଳକଣ୍ଠପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୂଆ ନିଳକଣ୍ଠପୁର ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଭୁବନର ଏହା ସରକାରୀ ଯୋଜନର ବହୁ ଦୂରରେ ଥିବା ଜଣାପଡୁଛି । ପ୍ରତିବର୍ଷ ଗ୍ରୀଷ୍ମଋତୁରେ ଏଠାରେ ପାନୀୟଜଳ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ବ୍ଲକ ଅଧିକାରୀଙ୍କ ତରଫରୁ ବିଭିନ୍ନ ଉପାୟରେ ପାନୀୟଜଳ ଯୋଗାଇ ଦିଆଯାଇଥାଏା ଏହି ଅଞ୍ଚଳରେ ଜଳସ୍ତର କମି ଯାଉଥିବାରୁ ଏଠାରେ ଥିବା ନଳକୂପ ଓ କୂପଗୁଡିକ ଶୁଖିଯିବା ଫଳରେ ବର୍ଷର ଅଧା ସମୟ ଜଳକଷ୍ଟ ଭୋଗିବାକୁ ପଡିଥାଏ ।

ମାତ୍ର ଦୁଃଖର ବିଷୟ ଏହି ଅଞ୍ଚଳରେ ପାଇପଯୋଗେ ଜଳ ଯୋଗାଣ ନିମନ୍ତେ ସାଧାରଣ ଲୋକେ ପ୍ରଶାସନ ନିକଟରେ ଦାବୀ କରିଛନ୍ତି । ଏଠାରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ ହୋଇଥିଲେ ମଧ୍ୟ ଏଠାରେ ପାନୀୟଜଳ ସମସ୍ୟା ଦେଖା ଦେବାରୁ ସ୍ଥାନୀୟ ମହିଳାମାନେ ଗରା ବାଲଟି ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ଶ୍ରୀମତି ସୋନାଲି ନାଏକଙ୍କୁ ପଚାରିବାରୁ ସେ କୁହନ୍ତି ଯେ ମୁଁ ବାହାରେ ଅଛି । ତେଣୁ ୨୩ ତାରିଖ ପରେ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking