37.1 C
Bhubaneswar
Thursday, March 28, 2024
Homeଓଡିଶାପାଣି ପାଇଁ ଛୁଟି ବାତିଲ

ପାଣି ପାଇଁ ଛୁଟି ବାତିଲ

ଭୁବନେଶ୍ୱର: ଖରାଦିନ ପାଇଁ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଛୁଟି ବାତିଲ କରିଛନ୍ତି ସରକାର । ପଂଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ଏନେଇ ସୂଚନା ପ୍ରଦାନ କରିଛନ୍ତି । ପାନୀୟ ଜଳ ସମସ୍ୟା ପାଇଁ ୩ଟି ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଗ୍ରାମାଞ୍ଚଳ ପାଇଁ ୧୯୧୬, ସହରାଞ୍ଚଳ ପାଇଁ ୧୫୫୩୫୯ ନମ୍ବର ଜାରି ହୋଇଛି । ସହରାଞ୍ଚଳ ପାଇଁ ଅନ୍ୟ ଏକ ନମ୍ବର ୧୮୦୦୫୪୫୬୭୮୩ ଜାରି ହୋଇଛି । ୧୧୪ ପୌରାଞ୍ଚଳର ୬୫୦ଟି ସ୍ଥାନରେ ଉତ୍କଟ ପାନୀୟ ଜଳ ସମସ୍ୟା । ସହରାଞ୍ଚଳରେ ୩୬ ହଜାର ୯୩୨ଟି ନଳକୂପ ଖରାପ ରହିଛି । ନଳକୂପ ମରାମତି ପାଇଁ ୧୬୧ଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking