26.1 C
Bhubaneswar
Friday, March 29, 2024
Homeଓଡିଶାବନ୍ଦକେଡା ଗାଁ ଲୋକଙ୍କ ପାଇଁ କୂଅ ପାଣି ଭରଷା

ବନ୍ଦକେଡା ଗାଁ ଲୋକଙ୍କ ପାଇଁ କୂଅ ପାଣି ଭରଷା

ସଇଁନ୍ତଲା : ଗ୍ରୀଷ୍ମ ଋତୁରେ ବଲାଙ୍ଗୀର ଜିଲ୍ଲାରେ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ସରକାରଙ୍କ ଘର ଘର ଜଳ ଘର ଘର ନଳ ଯୋଜନା ପ୍ରହସନ ପାଲଟିଛି । ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ପ୍ରଶାସନ ଅବହେଳା ଯୋଗୁ ଲୋକେ ପାଣି ପାଇଁ ନାନାଦି ସମସ୍ୟାର ଅସୁବିଧା ସମ୍ମୁଖୀନ ହେଉଛନ୍ତି।
ର୍ବେକ୍ଷଣ କରାଯାଇଛି । ତେବେ ବଲାଙ୍ଗୀର ଜିଲ୍ଲା ବନ୍ଦକେଡା ଗାଁ ଲୋକଙ୍କୁ କୂଅ ପାଣି ଭରଷା ପାଲଟିଛି।ଅନେକ ଲୋକେ ଏହି ପାଣି ବ୍ୟବହାର କରିବା ଦ୍ଵାରା ରୋଗର ଆକ୍ରାନ୍ତ ହେଉଥିବା ମଧ୍ୟ ଜଣାପଡିଛି। ରାଜ୍ୟସ୍ତରୀୟ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମିଜୀବ ମଞ୍ଚ ଓଡ଼ିଶା ଲୋକ ଉନ୍ନତି ସଂଗଠନ ବଲାଙ୍ଗୀର ପକ୍ଷରୁ ପାଣି ପାଇଁ ଅଭିିଯାନ ୧୭ ଟି ଜିଲ୍ଲାରେ ଆରମ୍ଭ ହୋଇଛି ।

ଓଡ଼ିଶାର ୧୫୩୦ ଟି ଗ୍ରାମ କୁ ନେଇ ପାଣିର ସର୍ବେକ୍ଷଣ କରାଯାଇଛି । ବଲାଙ୍ଗୀର ଜିଲ୍ଲାର ପଞ୍ଚାୟତ ବନ୍ଦକେଡା ଗ୍ରାମ ର ମହିଳା ଓ ଲୋକ ଉନ୍ନତି ସଂଗଠନ ର ସଦସ୍ୟ ସ୍ୱର୍ଣ୍ଣଲତା ନାୟକ ପ୍ରମୁଖ ୨୦୧୯ ଅକ୍ଟୋବର ମାସ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ କିନ୍ତୁ ସମସ୍ୟା ସମ୍ପର୍କରେ କୌଣସି ପ୍ରକାର ସମାଧାନ ହେଲା ନାହିଁ। ପୁଣିଥରେ ପ୍ରଶାସନ ର ଦ୍ଵାରସ୍ଥ ହେଲା ପରେ ଗାଁ କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁ ର ମହିଳା ମାନେ ସ୍ଥାନୀୟ କୂଅରୁ ପାଣି ସଂଗ୍ରହ କରୁଥିବା ନଜିର ରହିଛି।ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking