30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଆଜିଠାରୁ ଲାଇଭ ଦେଖିପାରିବେ ସୁପ୍ରିମକୋର୍ଟଙ୍କ ଶୁଣାଣି: ଏହି ୱେବସାଇଟରେ ହେବ ଷ୍ଟ୍ରିମିଂ…

ଆଜିଠାରୁ ଲାଇଭ ଦେଖିପାରିବେ ସୁପ୍ରିମକୋର୍ଟଙ୍କ ଶୁଣାଣି: ଏହି ୱେବସାଇଟରେ ହେବ ଷ୍ଟ୍ରିମିଂ…

ନୂଆଦିଲ୍ଲୀ: ଆଜି ଠାରୁ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଲାଇଭ ଦେଖିପାରିବେ । ସୁପ୍ରିମକୋର୍ଟଙ୍କ ସବୈଧାନିକ ପୀଠ ମାମଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ ଆଜିଠାରୁ ହେବ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ୱରେ ଗତ ମଙ୍ଗଳବାର ଫୁଲ କୋର୍ଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ନିଷ୍ପତ୍ତି ହୋଇଥିଲା ଯେ ଶୁଣାଣିର ଲାଇଭ ଷ୍ଟ୍ରିମିଂ କରାଯିବ । ଏହି ଶୁଣାଣିକୁ webcast.gov.in/scindia/ ୱେବସାଇଟ୍ ମାଧ୍ୟମରେ ଦେଖାଯାଇପାରିବ ।

ପ୍ରକୃତରେ ୨୬ ସେପ୍ଟେମ୍ବର, ୨୦୧୮ ରେ ଜଣେ ଆଇନ ଛାତ୍ରଙ୍କ ଏକ ଯାଚିକା ଉପରେ ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତି ସବୈଧାନିକ ଏବଂ ରାଷ୍ଟ୍ରୀୟ ମହତ୍ୱ ମାମଲାର ଅଦାଲତ ଶୁଣାଣିର ଲାଇଭ ଷ୍ଟ୍ରିମିଂ ପାଇଁ ଅନୁମତି ଦେଇଥିଲେ ।

କହିରଖୁଛୁ ଯେ ଗତ ବର୍ଷ ଜୁଲାଇରେ ସୁପ୍ରିମକୋର୍ଟର ତକ୍ରାଳୀନ ସିଜେଓ ଏନଭି ରମଣା କହିଥିଲ ଯେ ସୁପ୍ରିମ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନର ଲାଇଭ ଷ୍ଟ୍ରିମିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ସୁପ୍ରିମକୋର୍ଟ କିଛି ଅଦାଲତରେ ଲାଇଭ ଷ୍ଟ୍ରିମିଂ ଆରମ୍ଭ କରିବା ବିଷୟରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking