39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ‘ମୁମ୍ବାଇ ଡାଏରିଜ’ର ଟ୍ରେଲର ଦେଖିବା ପରେ ଥରି ଉଠିବ ଛାତି

‘ମୁମ୍ବାଇ ଡାଏରିଜ’ର ଟ୍ରେଲର ଦେଖିବା ପରେ ଥରି ଉଠିବ ଛାତି

ମୁମ୍ବାଇ: ବହୁ ପ୍ରତୀକ୍ଷିତ ୱେବ ସିରିଜ ‘ମୁମ୍ବାଇ ଡାଏରିଜ ୨୬/୧୧’ ର ଟ୍ରେଲର ଗେଟୱେ ଅଫ ଇଣ୍ଡିଆରେ ଲଂଚ କରାଯାଇଛି । ଯେଉଁଥିରେ ମହାରାଷ୍ଟ୍ରର ପର୍ଯ୍ୟଟନ ଓ ପର୍ଯ୍ୟାବରଣ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଉପସ୍ଥିତିରେ ଫ୍ରଣ୍ଟଲାଇନ କାର୍ଯ୍ୟକର୍ତ୍ତା ଙ୍କୁ ଶ୍ରଦ୍ଧାଂଜଳୀ ଦିଆଯାଇଛି । ଆଦିତ୍ୟ ଠାକରେ କହିଛନ୍ତି, ମୁମ୍ବାଇର ଭାବନା ନିର୍ବିବାଦ ରୂପରେ ନମନୀୟ । ହେଲେ ଏହା ପଛରେ ଆମ ଫ୍ରଣ୍ଟଲାଇନ କାର୍ଯ୍ୟକର୍ତ୍ତାଙ୍କ ବାହାଦୂରୀ ଓ ବଳିଦାନର ଅନେକ ଅକୁହା କାହାଣୀ ରହିଛି । ଡାକ୍ତର, ନର୍ସ, ୱାର୍ଡବଏ, ପୁଲିସ, ବିଏମସି କାର୍ଯ୍ୟକର୍ତ୍ତା ସମସ୍ତେ ବାସ୍ତବରେ ହିରୋ । ଯେଉଁମାନେ ସଂକଟ ସମୟରେ ସହରକୁ ଚାଲୁ ରଖିଥିଲେ । ଏହି ସିରିଜରେ ଏକ ସରକାରୀ ହସ୍ପିଟାଲରେ ଘଟିତ ଘଟଣା ଉପରେ ଆଧାରିତ ।
ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆ ହେଡ ଅଫ ଇଣ୍ଡିଆ ଓରିଜିନାଲ୍ସ ଅପର୍ଣ୍ଣା ପୁରୋହିତ କହିଛନ୍ତି, ଆମେ ସେତେବେଳେ ଦେଖିଥିଲୁ ମୁମ୍ବାଇର ନିସ୍ୱାର୍ଥ ଯୋଦ୍ଧାଙ୍କ ଅବିଶ୍ୱସନୀୟ ସାହସ ସହରକୁ ପୁଣି ସାମାନ୍ୟ ସ୍ଥିତିକୁ ଆଣିବା ପାଇଁ ଥିଲା । ଏହି ଭାବନା ମୁମ୍ବାଇକୁ ପରିଭାଷିତ କରେ ଯେ, ଆମକୁ ଏହା ଉପରେ ଗର୍ବ ଅଛି । ତେବେ ଏହି ଶୋ ୯ ସେପ୍ଟେମ୍ବରରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking