ବିଶ୍ଵ ପ୍ରସିଦ୍ଧ ଛତର୍ ଯାତ୍ରା ର ସିଧା ପ୍ରସାରଣ ଘରେ ରହି ଦେଖିବାକୁ ଅନୁରୋଧ କଲେ ଜିଲ୍ଲା ପ୍ରଶାସନ

manikeswari temle chhatar jatra

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଆରାଧ୍ୟ ଦେବୀ ମାଁ ମାଣିକେଶ୍ଵରୀଙ୍କ ବିଶ୍ଵ ପ୍ରସିଦ୍ଧ ଛତର୍ ଯାତ୍ରା । ଘରେ ରହି ଛତର୍ ଯାତ୍ରା ର ସିଧା ପ୍ରସାରଣ ଦେଖିବାକୁ ଜିଲ୍ଲା ପ୍ରଶାସନ କଳାହାଣ୍ଡି ବାସୀଙ୍କୁ ଅନୁରୋଧ କରିଛନ୍ତି। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ପାଇଁ କଳାହାଣ୍ଡି ଜିଲ୍ଲାପାଳ ହର୍ଷଦ ପରାଗ ଗାଭାଳି ଆଇଏଏସ୍ ଓ କଳାହାଣ୍ଡି ଏସପି ବି ଗଙ୍ଗାଧର ଜିଲ୍ଲାର ସୀମା ସିଲ୍ କରିବା ସହ ଭବାନୀପାଟଣା ସହରକୁ ଲକ୍ ଡାଉନ, ସଟ୍ ଡାଉନ୍ ଓ ୧୪୪ ଧାରା ଜାରି କରାଯାଇଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଘରେ ରହି ଛତର୍ ଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here