29.1 C
Bhubaneswar
Friday, April 26, 2024
Homeଓଡିଶାରେବଣା ପଳାଶପାଳ କୁଶେଇ ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛର ଚାରା

ରେବଣା ପଳାଶପାଳ କୁଶେଇ ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛର ଚାରା

କେନ୍ଦୁଝର: ସରକାର ଜଙ୍ଗଲ ସୃଷ୍ଟି ଓ ତାର ରକ୍ଷଣାବେକ୍ଷଣ ନିମନ୍ତେ ବାର୍ଷିକ କୋଟି କୋଟି ଟଙ୍କାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିଛନ୍ତି । ମାତ୍ର ଜଙ୍ଗଲ ବିଭାଗର ଅବହେଳା ଯୋଗୁଁ ଉକ୍ତ ଯୋଜନା ଗୁଡିକ ଠିକ୍ ଭାବେ ରୂପାୟନ ହୋଇପାରୁନାହିଁ । ସଠିକ୍ ତଦାରଖ୍ ହୋଇ ପାରୁନଥିବାକୁ ନେଇ ଯୋଜନା ଗୁଡିକର ଅର୍ଥ ପାଣିରେ ପଡୁଥିବା ନଜିର ରହିଛି । ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ରେବଣାପଳାଶପାଳ ବନବିଭାଗ ନିକଟସ୍ଥ କୁଶେଇ ନଦୀରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛର ଚାରା ଭାସୁଥିବା ଦେଖିବାକୁ ମିଳିଛି । ପକାଯାଇଥିବା ଚାରା ଗୁଡିକରୁ ଅଧିକାଂଶ ପାଣିର ସ୍ରୋତରେ ଭାସି ଯାଇଥିବା ବେଳେ ଅନେକ ଚାରା ନଦୀର କୂଳରେ ଭାସୁଥିବା ଦେଖିବାକୁ ମିଳିଛି ‌। ଖବର ଅନୁଯାୟୀ ରୋପଣ ନିମନ୍ତେ ଅନେକ ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ମୂଲ୍ୟବାନ ଗଛର ଚାରା ଗୁଡିକୁ ଆଜକୁ ୩ଦିନ ପୂର୍ବେ କୁଶେଇ ସେତୁ ନିକଟସ୍ଥ ନଦୀରେ ପକାଯାଇଛି । ମୂଲ୍ୟବାନ ଗଛ ତଥା, ପିଆଶାଳ, ଶାଗୁଆନ, ଚାଖୁଣ୍ଡା, ଶିଶୁ, ଅଁଳା, ଲିମ୍ବ, ବରଡା, କାଜୁ ଭଳି ବିଭିନ୍ନ ପ୍ରକାରର ଲକ୍ଷାଧିକ ଟଙ୍କାର ହଜାର ହଜାର ଚାରା ନଷ୍ଟ କରିବା ନିମନ୍ତେ ସେଠାରେ ପକାଯାଇଥିବା ଗ୍ରାମବାସୀ କହିଛନ୍ତି । ଲୋକମାନେ ନିଜ ବଗିଚାରେ ଚାରା ରୋପଣ ପାଇଁ ବନବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୋୖଡୁଥିବା ବେଳେ ସେମାନଙ୍କୁ ଆଧାର କାର୍ଡ ସହ ବିଭିନ୍ନ ଆଳ ଦେଖାଉଥିବା ପୂର୍ବରୁ ଅଭିଯୋଗ ରହିଛି । ଲୋକମାନଙ୍କୁ ଚାରା ଦେବା ପାଇଁ ବିଭାଗ ଏତେ ନିୟମ ପାଳନ କରୁଥିବା ବେଳେ ରାଜସ୍ବ ପାଣ୍ଠିରୁ ଲକ୍ଷାଧିକ ଟଙ୍କାର ଚାରା କେଉଁ କାରଣରୁ ରୋପଣ ବଦଳରେ ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି, ତାହାକୁ ନେଇ ସାଧାରଣରେ ଉଠୁଛି ବିଭିନ୍ନ ପ୍ରଶ୍ନ । ଏଥିପ୍ରତି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking