ନୂଆଦିଲ୍ଲୀ : ପିଲାବେଳେ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ଏକଥା ନିଜେ କହିଛନ୍ତି, ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । ସ୍ୱାତୀ କହିଛନ୍ତି, ମୋ ପିଲାବେଳେ ମୋ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ସେ ଯେବେବି ଘରକୁ ଆସୁଥିଲେ, ମୁଁ ଡରି ଯାଉଥିଲି, ଭୟରେ ଶେଜ ତଳେ ଲୁଚି ଯାଉଥିଲି । ମୋର ଏବେବି ମନେ ଅଛି, ସେ ଯେବେ ଘରକୁ ଆସୁଥୁଲେ, ମୋ ଚୁଟି ଧରି ଜୋରରେ କାନ୍ଥରେ ପିଟି ଦେଉଥିଲେ । ମୁଁ ବହୁତ କଷ୍ଟ ପାଉଥୁଲି, କାରଣ ମୋତେ ଆଘାତ ଲାଗିବାରୁ ରକ୍ତ ଝରିବାରେ ଲାଗୁଥୁଲା । ସେ ଯନ୍ତ୍ରଣା ମୋ ପାଇଁ ଅକଥନୀୟ ଥିଲା । ଶେଜ ତଳେ ଲୁଚି ସାରା ରାତି ଭାବୁଥିଲି କିପରି ମୁଁ ମହିଳାଙ୍କୁ ସେମାନଙ୍କ ହକ୍ ଦେବି ।
#WATCH | "I was sexually assaulted by my father when I was a child. He used to beat me up, I used to hide under the bed," DCW chief Swati Maliwal expresses her ordeal alleging her father sexually assaulted her during childhood pic.twitter.com/GsUqKDh2w8
— ANI (@ANI) March 11, 2023
କାରଣ ମୁଁ ବୁଝେ, ଯେବେ ଜଣେ ମଣିଷ ବହୁତ ଅତ୍ୟାଚାର ସହେ, ତେବେ ଯାଇ ସେ ଅନ୍ୟର ଦୁଖଃ ବୁଝିପାରେ । ନିକଟରେ ସ୍ୱାତୀ ମାଲିୱାଲ ମହିଳା ଦିବସ ଅବସରରେ ଏକ କାଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ନିଜ ଅଭିଭାଷଣରେ ଏହାର ଖୁଲାସା କରିଥିଲେ । ତାଙ୍କର ପିଲା ଦିନ ଭୟ ଓ ଆତଙ୍କରେ କଟିଥିଲା, କାରଣ ତାଙ୍କ ବାପା ମଦୁଆ ଥିଲେ ଓ ପ୍ରାୟ ସମୟ ଘରେ ମାରପିଟ କରୁଥିଲେ । ମା’ଙ୍କ ସହ ସର୍ବଦା ମାରପିଟ ଓ ଭୟର ବାତାବରଣରେ ସେ ବଢ଼ିଥିବା କହିଥିଲେ । ତାଙ୍କର ପିଲାଦିନ ମଦୁଆ ବାପାଙ୍କ ଘରୋଇ ହିଂସାରେ କଟିଥିଲା ବୋଲି ସ୍ୱାତୀ କହିଥିଲେ । ସେପଟେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ପିଲାଦିନର ଲୋମଟାଙ୍କୁରା କାହାଣୀ ଶୁଣିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।