28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆସନ୍ତା ୫ ଦିନ ପାଇଁ ଏହି ଜିଲ୍ଲାକୁ ସତର୍କ ସୂଚନା

ଆସନ୍ତା ୫ ଦିନ ପାଇଁ ଏହି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବର୍ତମାନ ରାଜ୍ୟରେ ଜାରି ଶୀତ ଲହରୀ । ପ୍ରବଳ ଥଣ୍ଡା ଥରୁଛି ସାରା ରାଜ୍ୟ । ଏହାରି ମଧ୍ୟରେ ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସୁନ୍ଦରଗଡ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଥଣ୍ଡା ହେବା ସହ ଥଣ୍ଡା ପବନ ବହିବ । ଏହି ଜିଲ୍ଲାକୁ ଆସନ୍ତା କାଲି ପାଇଁ ଅରେଂଜ ଓାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ମୟୁରଭଂଜ, ବରଗଡ, ନବରଂଗପୁର, କନ୍ଧମାଳ, କୋରାପୁଟ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଦେବଗଡ ଓ କଟକ ଜିଲ୍ଲାରେ ବି ଥଣ୍ଡା ପହବନ ବହିବ । ୨୪ ତାରିଖ ଦିନ ମୟୁରଭଂଜ, କୋରାପୁଟ, କନ୍ଧମାଳ, ବରଗଡ, ନବରଂଗପୁର, ଢେଙ୍କାନାଳ ଓ ସୁନ୍ଧରଗଡକୁ ୟେଲୋ ଓାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୫ ତାରିଖରେ ଅନୁଗୁ. ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୁରଭଂଜ, ସୁନ୍ଦରଗଡ ଓ ବରଗଡ ଜିଲ୍ଲାକୁ ୟେଲୋ ଓାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେଥିପାଇଁ ଏହି ସମୟ ମଧ୍ୟରେ ରାତିରେ ଦୁଇ ଚକିଆ ଯାନରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆ ଯାଇଛି । ଏହା ବ୍ୟତୀତ ବାହାରକୁ ନ ବାହାରି ଘରେ ରହିବାକୁ କୁହାଯାଇଛ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking