27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଜବରଦସ୍ତ ମନ୍ଦିର ଖୋଲିବାକୁ ଚେତାବନୀ

ଜବରଦସ୍ତ ମନ୍ଦିର ଖୋଲିବାକୁ ଚେତାବନୀ

ଯାଜପୁର: ରାଜ୍ୟ ସରକାର ମନ୍ଦିର ସେବାୟତ ମାନଙ୍କ ଧର୍ଯ୍ୟ ର ପରୀକ୍ଷା କରୁଛନ୍ତି। ରାଜ୍ୟରେ କୋରୋନା ନିୟନ୍ତ୍ରଣ କୁ ଆସିଥିବା ବେଳେ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଉନାହାନ୍ତି। ସବୁ ଦୋକାନ ବଜାର ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ଖୋଲା ଥିଲେ ହେଁ ମନ୍ଦିର ଖୋଲିବାକୁ ଅନୁମତି ଦେଉନାହାନ୍ତି ସରକାର। ଏହାର ପ୍ରତିବାଦରେ ଆଜି ମା ବିରଜା ମନ୍ଦିର ସମ୍ମୁଖରେ ଘଣ୍ଟ ବାଡେଇ ପ୍ରତିବାଦ କରିଛନ୍ତି ସେବାୟତ। ମନ୍ଦିର ଖୋଲିବା ପାଇଁ ସବୁ ଜିଲାପାଳ ଙ୍କ ଉପରେ ନିଷ୍ପତ୍ତି ଛଡ଼ାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଜିଲାପାଳ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଇ ନାହାନ୍ତି। ରାଜ୍ୟ ସରକାର ଙ୍କ ଏଭଳି ପଦକ୍ଷେପ କୁ କଟୁ ସମାଲୋଚନା କରିଛନ୍ତି ସେବାୟତ। ଦୀର୍ଘ 8 ମାସ ଧରି ସେବାୟତ ମାନେ ଭୋକ ଉପାସ ରେ ପଡ଼ିଥିଲେ ହେଁ ସରକାର ଙ୍କ କୌଣସି ଧ୍ୟାନ ନଥିବା ଅଭିଯୋଗ ହୋଇଛି। ତୁରନ୍ତ ନିଷ୍ପତ୍ତି ନିଆନଗଲେ ଜୋର ଜବରଦସ୍ତ ମନ୍ଦିର ଖୋଲିବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking