35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶନୋଏଡାରେ କାନ୍ଥ ଭୁଶୁଡି ୪ ମୃତ, ୨ ଗୁରୁତର

ନୋଏଡାରେ କାନ୍ଥ ଭୁଶୁଡି ୪ ମୃତ, ୨ ଗୁରୁତର

ନୂଆଦିଲ୍ଲୀ: ନୋଏଡାରେ ବଡ ଅଘଟଣ । ଏଠାରେ ଏକ ବିଲ୍ଡିଂର ପାଚେରୀ କାନ୍ଥ ଭୁଶୁଡିବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଆଜି(ମଙ୍ଗଳବାର) ସକାଳେ ଏହି ଅଘଟଣ ଘଟିଛି । ନୋଏଡାର ସେକ୍ଟର ୨୧ରେ ଥିବା ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସର ପାଚେରୀ କାନ୍ଥ ଭୁଶୁଡି ଯାଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେସୁଦ୍ଧା ମୋଟ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜଲବାୟୁ ବିହାର ନିକଟରେ ନୋଏଡା କର୍ତ୍ତୃପକ୍ଷ ଦ୍ବାରା ଡ୍ରେନେଜ ମରାମତି କାମ ଚାଲିଥିଲା । ଏହି ସମୟରେ ସେଠାରେ ଥିବା ରେସିଡେନ୍ସିଆଲ କମ୍ପ୍ଲେକ୍ସର କାନ୍ଥ ଭୁଶୁଡି ପଡିଛି । ଏନେଇ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ସମେତ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କାନ୍ଥର ଅବଶେଷ ତଳେ ଆହୁରି ଅନେକ ଲୋକ ଦବି ହୋଇ ରହିଥିବାର ଆଶଙ୍କା କରାଯାଉଛି । ଆବର୍ଜନାଗୁଡିକୁ ସମ୍ପୂର୍ଣ୍ଣ ପରିଷ୍କାର କରାଯିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking