31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଶୋଇଥିବାବେଳେ ଭୁଶୁଡିପଡିଲା କାନ୍ଥ :ଚାଲିଗଲା ୫ ଜୀବନ

ଶୋଇଥିବାବେଳେ ଭୁଶୁଡିପଡିଲା କାନ୍ଥ :ଚାଲିଗଲା ୫ ଜୀବନ

ରାୟପୁର: ଶୋଇଥିବାବେଳେ ଭୁଶୁଡିପଡିଲା କାନ୍ଥ । ଆଉ ଏଥିଯୋଗୁଁ ବାପା, ମାଙ୍କ ସମେତ ତିନି ପିଲାଙ୍କର ମୃତ୍ୟୁ ଘଟିଛି । ଛତିଶଗଡର କାଙ୍କେରରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଗତ ଦୁଇ ଦିନ ଧରି କାଙ୍କେର ଜିଲ୍ଲାରେ ଲଗାତାର ବର୍ଷା ହୋଇଛି। ଆଉ ରବିବାର ବିଳମ୍ବିତ ରାତିରେ ଘରର କାନ୍ଥ ଭୁଶୁଡି ପଡିଥିଲା । କୁହାଯାଉଛି ଯେ କାଙ୍କେର ଜିଲ୍ଲାର ପାଖନଜୋର ଅଞ୍ଚଳର ଇରପାନାର ଗ୍ରାମରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ପ୍ରଶାସନିକ ଅଧିକାରୀଙ୍କ ସହ ପୁଲିସ ଟିମ ଡଙ୍ଗା ସାହାଯ୍ୟରେ ଗାଁରେ ପହଞ୍ଚିଛନ୍ତି । ବାସ୍ତବରେ, ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ସବୁ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯେଉଁଥିପାଇଁ ରାସ୍ତାରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ଆଉ ପ୍ରଶାସନିକ ଅଧିକାରୀମାନେ ଏକ ଡଙ୍ଗା ସାହାଯ୍ୟରେ ଗାଁରେ ପହଞ୍ଚିଛନ୍ତି । କୁହାଯାଉଛି ଯେ ଅତ୍ୟଧିକ ବର୍ଷା ହେତୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଧୋଇଯାଇଥିବାବେଳେ ଏହା ଏକ ମାଓ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ପ୍ରଶାସନିକ ଅଧିକାରୀମାନେ ପୁଲିସ ସହାୟତାରେ ଗାଁରେ ପହଞ୍ଚିଥିଲେ । ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking