28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୩ ଲୋକସଭା, ୭ ବିଧାନସଭା ଆସନରେ ମତଦାନ

୩ ଲୋକସଭା, ୭ ବିଧାନସଭା ଆସନରେ ମତଦାନ

ନୂଆଦିଲ୍ଲୀ : ଗୁରୁବାର ବିଭିନ୍ନ ରାଜ୍ୟରେ ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ କରାଯାଇଛି । ୩ଟି ଲୋକସଭା ଆସନ ମଧ୍ୟରେ ଉତ୍ତର ପ୍ରଦେଶର ଆଜମଗଡ ଓ ରାମପୁର ସମେତ ପଞ୍ଜାବର ସାଙ୍ଗ୍‌ରୁର୍ ଅନ୍ତର୍ଭୁକ୍ତ । ସମାଜବାଦୀ ପାର୍ଟିର ଦୁଇ ନେତା ଅଖିଳେଶ ଯାଦବ ଓ ଆଜମ ଖାନ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଯଥାକ୍ରମେ ଆଜମଗଡ ଓ ରାମପୁର ଲୋକସଭା ଆସନ ଖାଲିପଡିଥିଲା ।

ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ବିଧାନସଭାକୁ ନିର୍ବାଚିତ ହେବାପରେ ସାଙ୍ଗ୍‌ରୁର୍ ଆସନରେ ଉପନିର୍ବାଚନ ଜରୁରୀ ହୋଇପଡିଥିଲା । ଅପରପକ୍ଷରେ ୭ଟି ବିଧାନସଭା ଆସନ ହେଲା ରାଜେନ୍ଦ୍ର ନଗର (ଦିଲ୍ଲୀ), ମନ୍ଦାର (ଝାଡ଼ଖଣ୍ଡ), ଆତ୍‌ମାକୁର (ଆନ୍ଧ୍ରପ୍ରଦେଶ), ଅଗରତାଲା, ବର୍ଦ୍ଦୋୱାଲି, ସୁର୍‌ମା ଓ ଯୁବରାଜନଗର (ସବୁଗୁଡିକ ତ୍ରିପୁରା) । ଜୁନ୍ ୨୬ରେ ଫଳାଫଳ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking