27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏସ୯୦ ବନାମ ଏକ୍ସ ସି୬୦

ଏସ୯୦ ବନାମ ଏକ୍ସ ସି୬୦

ନୂଆଦିଲ୍ଲୀ: ଭଲଭୋ କାର ନିଜର ପପୁଲାର ଏକ୍ସ ସି୬୦ ଏସୟୁଭି ଓ ଏସ୯୦ ସେଡାନ ର ଅପଡେଟ କରିଛି । ଏହି ଦୁଇ କାରର ବାହାର ପରିବର୍ତନ ଓ ନୂଆ ଇଂଟରନାଲ ଇଂଟେରିଅର ଫିଚର୍ସ ରୂପରେ ଅନେକ ଅପଡେଟସ ଦିଆଯାଇଛି । ସେହିପରି ଏଥିରେ ସବୁଠୁ ବଡ ପରିବର୍ତନ ଏହାର ନୂଆ ପେଟ୍ରୋଲ ପାୱର ଟ୍ରେନ ର ହେବ । ଏକ୍ସ ସି୬୦ ଓ ଏସ୯୦ ଡିଜେଲ ଇଂଜିନ ସହିତ ଉପଲବ୍ଧ ହେବ । ହେଲେ ଭଲଭୋ ଏବେ ପେଟ୍ରୋଲ, ପ୍ଲଗ ଇନ ହାଇବ୍ରିଡ ଓ ଇଲେକ୍ଟ୍ରିକ କାର ଉପରେ ଫୋକସ କରୁଛି ।
ଷ୍ଟାଇଲରେ ନୂଆ ଫ୍ରଂଟ ଗ୍ରିଲ, ବମ୍ପର ଓ ପରିବର୍ତିତ ଫ୍ରଂଟ ବମ୍ପର ରୂପରେ କିଛି ଛୋଟ ପରିବର୍ତନ ଦେଖିବାକୁ ମିଳିବ । ଫିଚର୍ସ କଥା ଯଦି କହିବା ଏଥିରେ ଇନ- ବିଲ୍ଟ ଗୁଗୁଲ ସର୍ଭିସ ସହିତ ଏକ ନୂଆ ଗୁଗୁଲ ଇନଫୋଟେନମେଂଟ ସିଷ୍ଟମ  ଓ ଏକ ନୂଆ ଆଡଭାନ୍ସ ଏୟାର କ୍ଲିନର, ଏକ ନୂଆ ଭଲଭୋ କାର ଆପ ଓ ଏକ ନୂଆ ବ୍ଲାଇଣ୍ଡ ସ୍ପଟ ଇନଫରମେସନ ସିଷ୍ଟମ ରହିଛି । ଏୟାର କ୍ଲିନରରେ ପିଏମ ୨.୫ ପାର୍ଟିକିଲ ସେନ୍ସର ରହିଛି । ସେହିଭଳି ଡ୍ରାଇଭର ସେଂଟର ସ୍କ୍ରିନ ଜରିଆରେ ଇଂଟେରିଅର ଏୟାର କ୍ୱାଲିଟିକୁ ମନିଟର ବି କରାଯାଇପାରିବେ । ଏସ୯୦ରେ ୩୬୦ ଡିଗ୍ରୀ କ୍ୟାମେରା, ଫ୍ରଂଟ ମସାଜ ସିଟ ଓ ଷ୍ଟାଣ୍ଡାର୍ଡ ଏୟାର ସସ୍ପେସନ ରହିଛି ।
ଏକ୍ସସି୬୦ରେ ଆଡେପ୍ଟିଭ କ୍ରୁଜ କଂଟ୍ରୋଲ, ୩୬୦ ଡିଗ୍ରୀ କ୍ୟାମେରା, ଫ୍ରଂଟ ସିଟସ, ୧୫ ସ୍ପିକର ଅଡିଓ ସିଷ୍ଟମ ସହିତ ଆହୁରି ଅନେକ କିଛି ରହିଛି । ଏଥିରେ ୪୮ଭି ଇଂଟିଗ୍ରେଟେଡ ଷ୍ଟାର୍ଟର ଜେନେରେଟର ମୋଟର ବି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking