*ରାଜ୍ୟ ଯୁବ ସ୍ୱେଚ୍ଛାସେବୀ ପୁରସ୍କାର ପାଇଲେ ବଳରାମ*

ଜଗତସିଂହପୁର :: କାଞ୍ଚନ ଫାଉଣ୍ଡେସନ ଭୁବନେଶ୍ୱର ତରଫରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ଓଡିଶା ଯୁବ ସ୍ବେଚ୍ଛାସେବୀ ସମ୍ମିଳନୀରେ ଜଗତସିଂହପୁର ଜିଲ୍ଳା ରଘୁନାଥପୁର ବ୍ଲକ ଏରଡଙ୍ଗା ପଂଚାୟତ ର ଯୁବ ସମାଜସେବୀ ଶ୍ରୀ ବଳରାମ ଦଳାଇ ଙ୍କୁ ରାଜ୍ୟଯୁବ ସ୍ୱଛାସେବୀ ପୁରସ୍କାର ମିଳିଛି

 

ବଳରାମ ଦଳାଇ ବିଗତ କିଛି ବର୍ଷ ହେବ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଜଡିତ , ହୋଇ ରହିଛନ୍ତି  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ବହୁତ ବର୍ଷ ଯୋଡି ହୋଇ ଦେଶ ର ବିଭିନ୍ନ  ରାଜ୍ୟ କୁ ଯାଇ ଛାତ୍ର ସମ୍ମିଳନୀରେ ଯୋଗଦାନ କରିଛନ୍ତି , ଭାରତ ସରକାର ଙ୍କ ନେହେରୁ ଯୁବ କେନ୍ଦ୍ର ରେ ସ୍ୱଛାସେବୀ ଭାବେ କାର୍ଯ୍ୟ କରିଛନ୍ତି  , ଏହି ମହାମାରୀ ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଜଡିତ ହୋଇ ରହିଛନ୍ତି  , ବର୍ତ୍ତମାନ ବଳରାମ ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ବାଣୀକ୍ଷେତ୍ର ସୁରକ୍ଷା ପରିଷଦ ର ଆବାହକ ମଧ୍ୟ ଅଛନ୍ତି ,

ଏକ ଛୋଟ ଗାଁ ରୁ ଯାଇ ରାଜ୍ୟ ସ୍ତରୀୟ ଯୁବ ସ୍ୱଛାସେବୀ ପୁରସ୍କୃତ ହୋଇଥିବାରୁ ସ୍ଥାନୀୟ  ଅଂଚଳ ରେ ଖୁସି ର ମାହୋଲ ହୋଇ ଯାଇଛି  ଓ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଆସିବାର ଲାଗିଛି , ବିଶେଷ କରି ବାଣୀକ୍ଷେତ୍ର ସୁରକ୍ଷା ପରିଷଦ ର ଦେବାଶିଷ ଚୌଧୁରୀ , ନେହେରୁ ଯୁବ କେନ୍ଦ୍ର ର ପଵିତ୍ର ମୋହନ ସୁବୁଦ୍ଧି , ଭାବରଂଜନ ବେହେରା , ଚିନ୍ମୟୀ ବେହେରା , ଯୁବ ସମାଜ ସେବୀ ଚିରଞ୍ଜିବି ନାୟକ , ଯୁବ ଉଦ୍ୟଗପତି ପ୍ରମୋଦ କୁମାର ଦାସ  ଆଦି ଶୁଭେଛା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here