30.1 C
Bhubaneswar
Wednesday, April 24, 2024
Homeଓଡିଶାମନଇଚ୍ଛା ଔଷଧ ସେବନ କ୍ଷତିକାରକ

ମନଇଚ୍ଛା ଔଷଧ ସେବନ କ୍ଷତିକାରକ

ଭୁବନେଶ୍ୱର: କରୋନା ୩ୟ ଲହର ସଂପର୍କରେ ବିଶେଷଜ୍ଞ ଡାକ୍ତର ଜୟନ୍‌ତ ପଣ୍ଡା ପରାମର୍ଶ ଦେଇ କହିଛନ୍ତି, ୩ୟ ଲହରରେ ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା, ଦେହ ଛେଚିକୁଟି ହେବା ଦେଖାଯାଉଛି । ପେଟ କାଟିବା ଏବଂ ପତଳା ଝାଡା ହେବା ୩ୟ ଲହରରେ ବେଶି ଦେଖାଯାଉଛି । କିନ୍ତୁ ଘ୍ରାଣଶକ୍ତି ଚାଲିଯିବା ଏହି ୩ୟ ଲହରରେ ଦେଖାଯାଉନି । ୩ୟ ଲହରରେ ରୋଗୀ ଶୀଘ୍ର ଆରୋଗ୍ୟ ହେଉଥିବା ବି ଦେଖାଯାଉଛି । ଟେଷ୍ଟରେ ଯାହାର ସିଟିଭ୍ୟାଲୁ ଅଧିକ, ତାଙ୍କଠି ଭୂତାଣୁ କମ ରହିଛି । ଓମ୍ରିକନ ଶୀଘ୍ର ଆକ୍ରାନ୍ତ କରୁଛି, ରୋଗୀ ଗୁରୁତର ହେଉନାହାନ୍ତି । ଓମ୍ରିକନ ଭୂତାଣୁ ଗଳାରେ ରହୁଛି । ଛାତିକୁ ଆସୁନି କି ଗୁରୁତର କରୁନି । ବେଶି ଔଷଧ ନୁହେଁ, ଅଳ୍ପ କିଛି ଔଷଧରେ ଭଲ ହେବା ସମ୍ଭାବନା ରହିଛି । ତେବେ ଡାକ୍ତରଙ୍କ ପରାମର୍ଶ ବିନା ମନଇଚ୍ଛା ଔଷଧ ସେବନ କ୍ଷତିକାରକ । ଟିକା ନେଲା ପରେ ବେପରୁଆ ନହେବାକୁ ପରାମର୍ଶ ସହ କୌଣସି ଟିକା ୧୦୦ ପ୍ରତିଶତ ସୁରକ୍ଷା ଦିଏନି ବୋଲି ସେ କହିଛନ୍ତି । ଟିକା ନେଲା ପରେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତଥାପି ଟିକା ଆମକୁ ସୁରକ୍ଷା ଦେଉଛି । ତୁରନ୍ତ ଟିକା ନେଇଯିବା ଉଚିତ । ବହୁବିଧ ରୋଗାକ୍ରାନ୍ତଙ୍କୁ ବୁଷ୍ଟର ଡୋଜ ଦେଲେ, ସେମାନେ ସୁରକ୍ଷିତ ରହିବେ । ୨ଟି ଡୋଜ ନେଇସାରିବାର ୯ ମାସ ପରେ ପ୍ରିକସନ ଡୋଜ ନେଇପାରିବେ । ୨ ଡୋଜ ନେଇ ସଂକ୍ରମିତ ହେଲେ, ୩ ମାସ ପରେ ପ୍ରିକସନ ଡୋଜ ନେବେ । ଲକ୍ଷଣ ଥିବା ସମସ୍ତ ଲୋକ ତୁରନ୍ତ ନିହାତି ପରୀକ୍ଷା କରାଇ ନେବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking