ଜୟପାଟଣା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

କଳାହାଣ୍ଡି: କୋଭିଡ କଟକଣା ସ୍ଥିତିରେ କରୋନା ସଂକ୍ରମଣ ଯୋଗୁ ବିଭିନ୍ନ ହସ୍ପିଟାଲରେ ରୋଗୀ ମାନଙ୍କୁ ରକ୍ତର ଆବଶ୍ୟକତା ରହିଥିବା ବେଳେ କଳାହାଣ୍ଡି ପୋଲିସ ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ଆବଶ୍ୟକତାକୁ ପୁରଣ କରିବା ପାଇଁ ଚେଷ୍ଟିତ ରହିଛି । ସୋମବାର ଜୟପାଟଣା ଥାନା ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ତତ୍ୱାବଧାନରେ ବିଭିନ୍ନ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ମାନେ ରକ୍ତ ଦାନ କରିଛନ୍ତି । ଏହି ଶିବିରକୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାଏକଙ୍କ ଉପସ୍ଥିତିରେ ଆରମ୍ଭ କରିବା ସହ କୋଭିଡ କଟକଣା ପାଳନ ସହ ସାମାଜିକ ଦୁରତା ମାସ୍କ ବ୍ୟବହାର କରି ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ । ଜୟପାଟଣା ପୋଲିସ କର୍ମଚାରୀଙ୍କ ସମେତ ଯୁବକ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here