34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମହାସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ: ସୃଷ୍ଟି ହେଲା ନୂଆ ଦ୍ୱୀପ…

ମହାସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ: ସୃଷ୍ଟି ହେଲା ନୂଆ ଦ୍ୱୀପ…

ଅଷ୍ଟ୍ରେଲିଆ: ଆଜିକାଲି ଦୁନିଆରେ ବିଚିତ୍ର ପ୍ରକାର ଘଟଣା ଦେଖିବାକୁ ମିଳୁଛି । ଏଥି ସହିତ ଜଳବାୟୁ ପରିବର୍ତ୍ତନ କାରଣରୁ ମଧ୍ୟ ଆଜବ ଘଟଣା ସବୁ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ଏକ ଦ୍ୱିପ ବିଷୟରେ ସନ୍ଧାନ ପାଇଛି । ନାସାର ସୂଚନା ଆନୁଯାୟୀ ଅଷ୍ଟ୍ରେଲିଆର ନିକଟ ଦକ୍ଷିଣପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏକ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି । ଫଳରେ ଏହାର କିଛି ଘଣ୍ଟା ପରେ ଏକ ଦ୍ୱୀପ ଦେଖିବାକୁ ମିଳିଛି ।

ତେବେ ଚଳିତ ମାସ ଆରମ୍ଭରେ କେନ୍ଦ୍ରୀୟ ଟୋଙ୍ଗା ଦ୍ୱୀପରେ ହୋମ ରି ଜ୍ୱାଳାମୁଖୀ ଲାଭାରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା । ଯାହାର ପ୍ରଭାବରେ ଏହାର ଆଖପାଖ ଅଞ୍ଚଳରେ ପାଣିର ରଙ୍ଗ ବଦଳି ଯାଇଥିଲା । କିନ୍ତୁ ପୃଥିବୀ ଉପରେ ନଜର ରଖୁଥିବା ନାସାର ବିଭାଗ ଅନୁସାରେ, ଏହି ଜ୍ୱାଳାମୁଖୀରେ ବିସ୍ଫୋରଣର ୧୧ ଘଣ୍ଟା ପରେ ପାଣି ଉପରେ ଏକ ଦ୍ୱୀପ ଦେଖିବାକୁ ମିଳିଥିଲା । ଯାହାର ଫଟୋ ସାଟେଲାଇଟ୍ ଜରିଆରେ ନିଆଯାଇଛି ।

ନାସାର ସୂଚନା ଅନୁସାରେ, ନୂଆ ଦ୍ୱୀପ ଶୀଘ୍ର ବଡ଼ ଆକାର ନେଇଥିଲା । ସେପ୍ଟେମ୍ୱର ୧୩ରେ ବୈଜ୍ଞାନିକମାନେ ଟୋଙ୍ଗାର ଜିୟୋଲଜିକଲ ସର୍ଭିସ ସହ ମିଶି ଏହି ଦ୍ୱୀପର ଆକାର ପ୍ରାୟ ୪୦୦୦ ବର୍ଗ ମିଟର ଅର୍ଥାତ ଏକ ଏକର ହୋଇଥିବା କହିଥିଲେ । ଏହାସହ ସମୁଦ୍ର ପତନରୁ ଏହାର ଉଚ୍ଚତା ୧୦ ମିଟର ଅର୍ଥାତ ପ୍ରାୟ ୩୩ ଫୁଟ୍ ଥିବା କୁହାଯାଇଥିଲା । ତେବେ ସେପ୍ଟେମ୍ୱର ୨୦ରେ ବୈଜ୍ଞାନିକମାନେ ସୂଚନା ଦେଇ ଏହି ଦ୍ୱୀପର ଆକାର ବଢି ୨୪୦୦୦ ବର୍ଗ ମିଟର ହୋଇଥିବା କହିଥିଲେ । ଏହା ପ୍ରାୟ ୬ ଏକର ହୋଇଥିଲା । ଆମେରିକା ସ୍ପେସ ଏଜେନ୍ସି ଅନୁସାରେ ଏହି ନୂଆ ଦ୍ୱୀପ ସେଣ୍ଟ୍ରାଲ ଟୋଙ୍ଗା ଆଇଲ୍ୟାଣ୍ଡରେ ହୋମ ରି ସୀମା ଉପରେ ହୋଇଛି । କିନ୍ତୁ ଏହି ଦ୍ୱୀପ ସବୁଦିନ ପାଇଁ ରହିବ ନାହିଁ ବୋଲି ଏଜେନ୍ସି ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking