39.8 C
Bhubaneswar
Thursday, April 18, 2024
Homeଖେଳଭିଭୋକୁ ଝଟକା: ଆଇପିଏଲ-୧୩ର ହେବ ନାହିଁ ଟାଇଟଲ୍ ସ୍ପନସର

ଭିଭୋକୁ ଝଟକା: ଆଇପିଏଲ-୧୩ର ହେବ ନାହିଁ ଟାଇଟଲ୍ ସ୍ପନସର

ନୂଆଦିଲ୍ଲୀ, ୦୪|୦୮: ଚୀନ୍ ମୋବାଇଲ କମ୍ପାନୀ ଭିଭୋ ଚଳିତ ବର୍ଷ ଆଇପିଏଲର ଟାଇଟଲ୍ ସ୍ପନସରସିପରୁ ବ୍ରେକ୍ ନେବ । ତେବେ ଭିଭୋର କଣ୍ଟ୍ରାକ୍ଟରେ ୩ ବର୍ଷର ସମୟ ବାକି ଅଛି । ତେଣୁ ଏହି କମ୍ପାନୀ ୨୦୨୧,୨୦୨୨ ଓ ୨୦୨୩ ଆଇପିଏଲରେ ଜଡିତ ରହିବ । ଆଇପିଏଲର ଚଳିତ ସିଜିନରେ ଏକ ନୂଆ ଷ୍ଟାଣ୍ଡଏଲୋନ୍ ସ୍ପନସର୍ ରହିବ । ଅତିଶୀଘ୍ର ନୂଆ ସ୍ପନସର୍ ବାବଦରେ ନିଷ୍ପତ୍ତି ନିଆଯିବ ।
ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ପ୍ରଭାବ ଆଇପିଏଲରେ ମଧ୍ୟ ପଡିଛି । ଭାରତରେ ଚୀନ୍ ସାମଗ୍ରୀକୁ କଡା ବିରୋଧ କରାଯାଉଛି । ଭିଭୋ ମଧ୍ୟ ଏକ ଚୀନ କମ୍ପାନୀ ।
ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଙ୍ଘର୍ଷ ପରେ ଭାରତୀୟଙ୍କ ଭାବନାକୁ ନଜରରେ ରଖି ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡିଛି । ଭିଭୋ ୨୦୧୮ରେ ୨୧୯୯ ଟଙ୍କା ଖର୍ଚ୍ଚ କରି ୫ ବର୍ଷ ପାଇଁ ଆଇପିଏଲର କଣ୍ଟ୍ରାକ୍ଟ ହାସଲ କରିଥିଲା । ୨୦୨୩ ଯାଏଁ ଭିଭୋ ଆଇପିଏଲ ସହ ରହିବ ।
ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୯ରେ ଭାରତରେ ଆରମ୍ଭ ହେବାକୁ ଥିବା ଆଇପିଏଲ ସ୍ଥଗିତ ରହିଥିଲା। ଶେଷରେ ଟି-୨୦ ବିଶ୍ୱକପ ସ୍ଥଗିତ ରହିବାରୁ ବିସିସିଆଇ ୟୁଏଇରେ ଏହାକୁ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ସରକାର ମଧ୍ୟ ଏଥିପାଇଁ ଗ୍ରୀନ ସିଗ୍ନାଲ ଦେଇ ସାରିଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ଆଇପିଏଲ ନଭେମ୍ବର ୧୦ ଯାଏ ଚାଲିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking