43.9 C
Bhubaneswar
Friday, April 19, 2024
Homeଖେଳଭିଟ୍ଟୋରୀ ଅଷ୍ଟ୍ରେଲିଆ ସହାୟକ କୋଚ୍ ନିଯୁକ୍ତ

ଭିଟ୍ଟୋରୀ ଅଷ୍ଟ୍ରେଲିଆ ସହାୟକ କୋଚ୍ ନିଯୁକ୍ତ

ମେଲ୍‌ବର୍ଣ୍ଣ : ପୂର୍ବତନ ନ୍ୟୁଜିଲାଣ୍ଡ ସ୍ପିନର୍ ଡାନିଏଲ୍ ଭେଟ୍ଟୋରୀ ଓ ଭିକ୍ଟୋରିଆର ଆନ୍ଦ୍ରେ ବୋରୋଭେକ୍ ଅଷ୍ଟ୍ରେଲିଆ ପୁରୁଷ ଦଳର ସହାୟକ କୋଚ୍ ନିଯୁକ୍ତ ହୋଇଛନ୍ତି । ଏହି ଦୁହେଁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ମୁଖ୍ୟ କୋଟ୍ ଆଣ୍ଡ୍ର‌୍ୟୁ ମ୍ୟାକ୍‌ଡୋନାଲ୍ସଙ୍କ ଅଧୀନରେ କାର୍ଯ୍ୟାରମ୍ଭ କରିବେ । ଏହା ସହିତ ଶ୍ରୀଲଙ୍କା ଗସ୍ତରେ ବୋରୋଭେକ୍ ମଧ୍ୟ ‘ଏ’ ଦଳର କୋଚ୍ ରହିବେ । ଜେଫ୍ ଭଗନ୍ ଟାଇଗର୍ସ ମୁଖ୍ୟ କୋଚ୍ ଭାବେ ଟାସ୍‌ମାନିଆ ଫେରବା ଏବଂ ପୂର୍ବତନ ମୁଖ୍ୟ କୋଚ୍ ଜଷ୍ଟିନ୍ ଲାଙ୍ଗର୍‌ଙ୍କ ଡେପୁଟି ଭାବେ କାର୍ଯ୍ୟ କରୁଥିବା ମ୍ୟାକ୍‌ଡୋନାଲ୍ଡ ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଖାଲି ପଡ଼ିଥିବା ସ୍ଥାନ ବୋରୋଭେକ୍ ଓ ଭିଟ୍ଟୋରୀ ପୂରଣ କରିଛନ୍ତି ।

ଇଣ୍ଟରନ୍ୟାସ୍‌ନାଲ୍ ସର୍କିଟ୍‌ରେ ନିକଟରେ ବାଂଲାଦେଶ ସ୍ପିନ୍ ବୋଲିଂ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ଭିଟ୍ଟୋରୀ ପୂର୍ବରୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ରେ ମ୍ୟାଚ୍‌ଡୋନାଲ୍ଡଙ୍କ ଅଧୀନରେ ମଧ୍ୟ କାର୍ଯ୍ୟ କରିଥିଲେ । ଭିଟ୍ଟୋରୀ ଓ ମ୍ୟାକ୍‌ଡେନାଲ୍ଡଙ୍କ ଯୋଡ଼ି ପୂର୍ବରୁ ଏହି ଫ୍ରାଞ୍ଚାଇଜ୍ ପକ୍ଷରୁ ମଧ୍ୟ ଖେଳିଥିଲେ । ଚଳିତବର୍ଷ ପାକିସ୍ତାନ ଗସ୍ତ ସମୟରେ ଭେଟେରାନ୍ ନ୍ୟୁଜିଲାଣ୍ଡ୍ ଖେଳାଳି ଅଷ୍ଟ୍ରେଲିଆ ସୀମିତ ଓଭର୍ ଦଳ ସହ କାର୍ଯ୍ୟ ମଧ୍ୟ କରିଥିଲେ । ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ଅନୁଭବ ନଥିବା ବୋରୋଭେକ୍ ଜଣେ ପ୍ରଖ୍ୟାତ ହାଇପରଫର୍ମାନ୍ସ କୋଚ୍‌, ଯିଏକି ମ୍ୟାକ୍‌ଡୋନାଲ୍ଡଙ୍କ ଅଧୀନରେ ପୂର୍ବରୁ ଭିକ୍ଟୋରିଆ ଓ ମେଲ୍‌ବର୍ଣ୍ଣ ରେନେଗେଡ୍ସ ଦଳର ସପୋର୍ଟ ଷ୍ଟାଫ୍‌ରେ କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking