27.1 C
Bhubaneswar
Thursday, April 25, 2024
Homeକରୋନାସୌରଭ ଗାଙ୍ଗୁଲୀଙ୍କ ପରିବାର କରୋନା ଆକ୍ରାନ୍ତ

ସୌରଭ ଗାଙ୍ଗୁଲୀଙ୍କ ପରିବାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ତାଣ୍ଡବ ରଚୁଛି ମହାମାରୀ କରୋନା । ଦିନକୁ ଦିନ ଦେଶରେ ବଢିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ମୁହାଁ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୧୨ ହଜାର ଛୁଇଁଛି । ପୋକମାଛି ପରି ଦେଶରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଭାଇରସ୍ ସାରା ଦେଶରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏବେ ଏହି ମହାମାରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀଙ୍କ ପରିବାରରେ ପହଞ୍ଚି ସାରିଛି । କରୋନା କବଜାରେ ଏବେ ସୌରଭଙ୍କ ବଡ ଭାଇ ଫସିଛନ୍ତି । ରିପୋର୍ଟ ମୁତାବକ, ସୌରଭଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ବଡ ଭାଇ ନୁହେଁ, ବରଂ ସ୍ନେହାଶିଷଙ୍କ ପତ୍ନୀ ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବାର ପକ୍ଷରୁ ଏନେଇ କିଛି ନିଶ୍ଚିତ କରାଯାଇନାହିଁ । ସେହିପରି ଗତ ସପ୍ତାହରେ ସ୍ନେହାଶିଷଙ୍କ ଶାଶୁ ଓ ଶଶୂର ମଧ୍ୟ କରୋନା କବଜାକୁ ଆସିଥିଲେ । ଏବେ ବିସିସିଆଇ ସଭାପତି ନିଜ ପରିବାରର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି ।
https://onakhabar.com/2020/06/19/covid-19-death-12573-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking