30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶହାଇଦ୍ରାବାଦର ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ବିରାଟ କୋହଲି,ଜାଣନ୍ତୁ ତାଙ୍କ ଟ୍ୱିଟ ବିଷୟରେ....

ହାଇଦ୍ରାବାଦର ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ବିରାଟ କୋହଲି,ଜାଣନ୍ତୁ ତାଙ୍କ ଟ୍ୱିଟ ବିଷୟରେ….

ହାଇଦ୍ରାବାଦରେ ଜଣେ ମହିଳା ପଶୁ ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ କରାଯିବା ଓ ପରେ କିରୋସିନ ଢ଼ାଳି ଅତି ନିର୍ମମ ଭାବେ ହତ୍ୟା କରିବା ଭଳି ବର୍ବର କାଣ୍ଡ ଘଟାଇଥିଲେ ୪ଜଣ ରାକ୍ଷସ । ଦୁଷ୍କର୍ମ କରିଥିବା ଅଞ୍ଚଳଠାରୁ ୨୫କିଲୋମିଟର ଦୂରରେ ପୀଡ଼ିତାଙ୍କ ପୋଡ଼ି ଯାଇଥିବା ଶବ ପୁଲିସ ଉଦ୍ଧାର କରିବା ପରେ ସିସିଟିଭି ଆଧାରରେ ୪ଜଣ ଅଭିଯୁକ୍ତକୁ ଗିରଫ କରା ଯାଇଛି । ଏହି ଘଟଣାକୁ ନେଇ ସାରା ଦେଶରେ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିବା ବେଳେ ଲୋକେ ୨୦୧୨ର ନିର୍ଭୟା କାଣ୍ଡକୁ ମନେ ପକାଇଛନ୍ତି । ନିର୍ଭୟା ଗଣଦୁଷ୍କର୍ମକୁ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ମଧ୍ୟରେ ଅନେକ ଯୁବତୀ, ମହିଳା, ନାବାଳିକା ଓ ଶିଶୁ ଦୁଷ୍କର୍ମର ଶିକାର ହୋଇଛନ୍ତି,କିନ୍ତୁ ଏହି ପ୍ରକାରର ଲଜ୍ଜାଜନକ ଘଟଣା ଥମିବାର ଦେଖିବାକୁ ମିଳୁନି । ବାରମ୍ବାର ଏଭଳି ଘଟୁଥିବାରୁ ଏବେ ଲୋକେ ଏଭଳି ପରିସ୍ଥିତିକୁ ବଦଳାଇବା ପାଇଁ ସ୍ବର ଊତ୍ତୋଳନ କରିବା ଆରମ୍ଭ କରିଛନ୍ତି । ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ ଅନେକ ସେଲିବ୍ରିଟି କଡ଼ା ପ୍ରତିକ୍ରିୟା ରଖିଥିବା ବେଳେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କରିଥିବା ଟୁଇଟରେ ଲେଖାଯାଇଛି କି, ଯାହା ହାଇଦ୍ରାବାଦରେ ଘଟିଛି, ତାହା ଅତ୍ୟନ୍ତ ଲଜ୍ଜାଜନକ । ଏବେ ବହୁତ ହୋଇଗଲା । ସମାଜର ବା‌ସିନ୍ଦା ହିସାବରେ ଆମକୁ ଏଭଳି ଅପରାଧ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ଏହାକୁ ସମାଜରୁ ହଟାଇବାକୁ ପଡ଼ିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking