26.1 C
Bhubaneswar
Friday, March 29, 2024
Homeଅପରାଧବସ୍‌ ଭିତରେ ପ୍ରେମୀ-ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍

ବସ୍‌ ଭିତରେ ପ୍ରେମୀ-ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍

ବିଟ୍ରେନ୍‌: ସର୍ବଜନୀନସ୍ଥାନରେ ଏଭଳି ଅଶ୍ଳୀଳ କାମ କରିବା ପ୍ରଥମ ଘଟଣା ନୁହେଁ । ଏମିତି ପୂର୍ବରୁ ବି ଅନେକ ଘଟଣା ସାମ୍ନାକୁ ଆସି ସାରିଛି । କିଛିଦିନ ପୂର୍ବରୁ ଏକ ପ୍ରେମୀଯୁଗଳ ସର୍ବଜୀନନସ୍ଥାନ ଥିବା ପାର୍କରେ ବି ଅନ୍ତରଙ୍ଗ ମୁହୂର୍ତ୍ତରେ ନଜର ଆସିଥିଲେ । ଯାହକି ସେଠାରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା । ଏବେ ପୁଣିଥରେ ବିଟ୍ରେନ୍‌ର ଏକ ପ୍ରେମୀ-ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ବସ୍‌ଟି ପ୍ରିଷ୍ଟଓ୍ଵିଚ ମାଞ୍ଚେଷ୍ଟର ଯାଉଥିବା ସମୟରେ ଇଞ୍ଜିନିୟର ଜନ୍‌ ପାଉଲ ଡୋଲନ୍‌ ନାମକ ଜଣେ ବ୍ୟକ୍ତି ସେହି ସମୟରେ ସାଙ୍ଗମାନଙ୍କ ସହିତ ବସ୍‌ ପାଖ ଦେଇ ଏକ ଭ୍ୟାନ୍‌ରେ ଯାଉଥିଲେ । ଠିକ ଏତିକି ବେଳେ ତାଙ୍କ ନଜର ବସ୍‌ ଉପରେ ପଡ଼ିଯାଇଥିଲା । ଲୋକମାନେ ବସ୍‌ ଭିତରେ ଏପରି ବି କାମ କରି ପାରନ୍ତି ବୋଲି ନିଜକୁ ନିଜେ ପ୍ରଶ୍ନ କରି ବସ୍‌ ଭିତରେ ଅନ୍ତରଙ୍ଗ ମୁହୂର୍ତ୍ତରେ ବ୍ୟସ୍ତ ଥିବା ଉକ୍ତ ପ୍ରେମୀ-ଯୁଗଳଙ୍କ ଭିଡିଓକୁ ନିଜ କ୍ୟାମେରାରେ କୈଦ କରି ନେଇଥିଲେ । ତେବେ କେବଳ ଡୋଲନ୍‌ଙ୍କୁ ନୁହେଁ ସେହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକଙ୍କୁ ଏହି ଦୃଶ୍ୟ ବସ୍‌ ଭିତରୁ ସ୍ପଷ୍ଟ ଭାବେ ଦେଖାଯାଉଥିଲା ।ଡୋଲନ୍‌ କହିଛନ୍ତି ’ସେହି ସମୟର ଦୃଶ୍ୟ ଏକ ଅଦ୍ଭୁତ ଓ ଲଜ୍ୟାଜନକ ଥିଲା । ପ୍ରଥମେ ଏହି ଦୃଶ୍ୟକୁ ମୁଁ ଏକ ମଜାକ ବୋଲି ଭାବି ଥିଲି । କିନ୍ତୁ ପରେ ଏହା ବାସ୍ତବ ଥିଲା ବୋଲି ଜାଣି ପାରିଥିଲି । ଏହି ଭିଡିଓକୁ ମୁଁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଚାହୁଁ ନଥିଲି । କିନ୍ତୁ ସାର୍ବଜନୀନସ୍ଥାନରେ ଏଭଳି କାମ କରିବାରୁ ଲୋକମାନେ ନିବୃତ୍ତ ରୁହନ୍ତି ସେହି ବାର୍ତ୍ତା ଦେଇ ଉକ୍ତ ଭିଡିଓକୁ ପୋଷ୍ଟ କରିଥିବାର ସେ ପ୍ରକାଶ କରିଛନ୍ତି । ତେବେ ଏହି ଭିଡିଓକୁ ଦେଖିବା ପରେ ୬୦,୦୦୦ଜଣ ଲୋକ ଅସନ୍ତାଷ ବ୍ୟକ୍ତ କରିବା ସହିତ ଉକ୍ତ ପ୍ରେମୀ-ଯୁଗଳଙ୍କୁ ଅପମାନ କଲା ଭଳି ପ୍ରତିକ୍ରିୟା ଦେଇଥିବାର ମଧ୍ୟ ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking