29.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗମୟୁରଭଞ୍ଜରେ ହାତୀ ଆତଙ୍କ

ମୟୁରଭଞ୍ଜରେ ହାତୀ ଆତଙ୍କ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ରେ ଦେଢ଼ମାସରୁ ଉର୍ଦ୍ଧ୍ବ ହେଲାଣି ହାତୀ ଉପଦ୍ରବ ଲାଗିରହିଛି । ଗତକାଲି ବିଳମ୍ବିତ ରାତିରେ ଶୁକୃଳି ବ୍ଳକ ଅନ୍ତର୍ଗତ ପଣସି ଗାଁ ରେ ୪ ଟି ଘର ଭାଙ୍ଗିଦେବା ସହିତ ଧାନଚାଉଳ ଖାଇ ଦେଇଛନ୍ତି । ସେହିପରି ଅନେକ ଚାଷ ଜମିର ଫସଲ ନଷ୍ଟ କରିଛନ୍ତି । ହାତୀ ପଲ ଘର ଭାଙ୍ଗିବା ଯୋଗୁଁ ମାଟି କାନ୍ଥ ପୋଡି ୬ଟି ମେଣ୍ଟା ମୃତ୍ୟୁ ହଇଥିବାର ଅଭିଯୋଗ ଆସିଛି । ଏବେ ହାତୀପଲ ସୁକୃଳି ବ୍ଳକ ପାର୍ବତୀପୁର ଗାଁ ରେ ଅଛନ୍ତି ୨୪ ଟି ହାତୀପଲ । ଦୁଇମାସ ଭିତରେ ୪୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହିତ ଜଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହଇଥିବା ସୂଚନା । ତେବେ ଏଇ ହାତୀ ପୋଲକୁ ଘଉଡେଇବା ପାଇଁ ବନ ବିଭାଗ ସେପରି କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଆଗକୁ ଏପରି ଘଟଣା ଆହୁରି ଘଟିବାର ଆଶଙ୍କା ରହିଛି ,ତେଣୁ ହାତୀ ଘଉଡେଇବା ପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking