33.1 C
Bhubaneswar
Wednesday, April 24, 2024
Homeଅପରାଧପାକିସ୍ତାନ ପଞ୍ଜାବରେ ବଢୁଛି ଦୁଷ୍କର୍ମ, ଜରୁରୀ ପରିସ୍ଥିତି ଜାରି କଲେ ସରକାର

ପାକିସ୍ତାନ ପଞ୍ଜାବରେ ବଢୁଛି ଦୁଷ୍କର୍ମ, ଜରୁରୀ ପରିସ୍ଥିତି ଜାରି କଲେ ସରକାର

ଇସଲାମବାଦ: ପାକିସ୍ତାନ ପଞ୍ଜାବ ପ୍ରଦେଶରେ ଦୁଷ୍କର୍ମ ମାମଲା ବଢିଚାଲିଛି । ଅନେକ ସମୟରେ ମହିଳା ଓ ନାବାଳିକାଙ୍କୁ ଯୌନ ନିର୍ଯାତନାର ଖବର ଆସୁଛି । ପ୍ରତିଦିନ ପଞ୍ଜାବରେ ଚାରିରୁ ପାଞ୍ଚ ଜଣ ମହିଳା ଓ କିଶୋରୀ ଦୁଷ୍କର୍ମର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବରେ ଜରୁରୀ ପରିସ୍ଥିତି ଲଗାଇଛନ୍ତି ସରକାର । ପ୍ରଦେଶ ଗୃହମନ୍ତ୍ରୀ ଅତା ତାରାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଘଟଣା ସମାଜ ଏବଂ ସରକାର ପାଇଁ ବଡ ସମସ୍ୟା ସୃଷ୍ଟି କରିଛି । ଯୌନ ଉତ୍ପୀଡନର ମୁକାବିଲା ପାଇଁ ଜରୁରୀ ପରିସ୍ଥିତି ଜାରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ପ୍ରଦେଶରେ ଶିଶୁ, କିଶୋରୀ ଏବଂ ମହିଳାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ମାମଲା ବଢି ଚାଲିଛି ।

ଏନେଇ ସ୍ଥାନୀୟ ସାମାଜିକ ଅନୁଷ୍ଠାନ, ମହିଳା ଅଧିକାର ସଙ୍ଗଠନ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରାଯିବ । ପିଲାଙ୍କୁ ଏକୁଟିଆ ଘରୁ ବାହାରକୁ ନ ଛାଡିବା ପାଇଁ ଏବଂ ସେମାନଙ୍କୁ ସୁରକ୍ଷାର ଗୁରୁତ୍ୱ ବୁଝାଇବା ପାଇଁ ଗୃହମନ୍ତ୍ରୀ ପିତାମାତାଙ୍କୁ ଅନୁରୋଧ କରିଛନ୍ତି । ସେ ଜଣାଇଛନ୍ତି, ବିଭିନ୍ନ ଦୁଷ୍କର୍ମ ମାମଲାରେ ଜଡିତ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସରକାର ଏକ ଦୁଷ୍କର୍ମ ବିରୋଧି ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ସ୍କୁଲରେ ଛାତ୍ରୀମାନଙ୍କୁ ସଚେତନ କରାଯାଉଛି । ମହିଳା ବିରୋଧି ହିଂସା ଏବଂ ଲିଙ୍ଗଗତ ବୈଷ୍ଣମତା ଭଳି ଗମ୍ଭୀର ସମସ୍ୟା ସହ ଯୁଝୁଛି ପାକିସ୍ତାନ । ଗ୍ଲୋବାଲ ଜେଣ୍ଡର ଇଣ୍ଡେକ୍ସ ୨୦୨୧ରେ ୧୫୬ ଦେଶ ମଧ୍ୟରୁ ପାକିସ୍ତାନ ଇରାକ, ୟେମେନ ଏବଂ ଆଫଗାନିସ୍ତାନ ପରେ ୧୫୩ ରାଙ୍କରେ ରହିଛି । ସରକାରୀ ତଥ୍ୟ ଅନୁସାରେ, ୨୦୧୮ରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ହିଂସା ଓ ନିର୍ଯ୍ୟାତନାର ୫,୦୪୮ଟି ମାମଲା ରିପୋର୍ଟ ହୋଇଥିଲା । ଯାହାକି ୨୦୧୯ରେ ୪,୭୫୧, ୨୦୨୦ରେ ୪,୨୭୬ ଏବଂ ୨୦୨୧ରେ ୨,୦୭୮ଟି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking