38.8 C
Bhubaneswar
Friday, April 19, 2024
Homeଓଡିଶାକୋଭିଡ୍ ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବନ୍ଦ କରାଯାଉ : ବିଜେପି

କୋଭିଡ୍ ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବନ୍ଦ କରାଯାଉ : ବିଜେପି

ପଂଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ

* କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଥାଇ କୋଭିଡ୍ ଟୀକାକରଣକୁ ଜିଲ୍ଲା ଟ୍ୱିଟର ଅକାଉଂଟରେ ପୋଷ୍ଟ କରାଯାଇଛି
* ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଏବଂ ଏଥିରେ ସଂପୃକ୍ତ ଥିବା ସମସ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ
* ଭଦ୍ରକ ଜିଲ୍ଲା ଗୋପିନାଥପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟଟି ଶାସକ ବିଜେଡିର ଦଳୀୟ କାର୍ଯ୍ୟାଳୟରେ ପରିଣତ ହୋଇଛି ଏବଂ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନିର୍ବାଚନ କମିଶନ

ଭୂବନେଶ୍ୱର, : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟବ୍ୟାପୀ ଆଦର୍ଶ ନିର୍ବାଚନ ଆଚରଣ ଆଇଲ ଲାଗୁ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନାର ସଂପୂର୍ଣ୍ଣ ଦାୟୀତ୍ୱ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କର । ମାତ୍ର ଶାସକ ଦଳର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସରକାରୀ କଳର ଅପବ୍ୟବହାର କରିବା ସହ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରି ନିର୍ବାଚନ କମିଶନଙ୍କ ପ୍ରତିନିଧି ତଥା ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପକ୍ଷପାତିତା ଅବଲମ୍ବନ କରୁଛନ୍ତି । ଜିଲ୍ଲା ପ୍ରଶାସନ ଦ୍ୱାରା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ (ଟ୍ୱିଟର ଆଦି)ରେ ଶାସକ ଦଳର ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କରିବା ଦ୍ୱାରା ଅବାଧ, ମୁକ୍ତ ଓ ନିରପେକ୍ଷ ପଂଚାୟତ ନିର୍ବାଚନ ପରିଚାଳନା ହେବାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଗତ କାଲି କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଥାଇ କୋଭିଡ୍ ଟୀକାକରଣକୁ ଜିଲ୍ଲା ଟ୍ୱିଟର ଅକାଉଂଟରେ ପୋଷ୍ଟ କରାଯାଇଛି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଥିବା ବ୍ୟାନର, ପୋଷ୍ଟର, ଲିଫଲେଟ୍ ମଧ୍ୟ ପ୍ରଦର୍ଶିତ ହେବାର ସ୍ପଷ୍ଟ ପରିଲକ୍ଷିତ ହେଉଛି । କୋଭିଡ୍ ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବନ୍ଦ କରାଯାଉ । ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଏବଂ ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରାଯାଇଛି ।
ସରକାରୀ ଅଧିକାରୀ ହୋଇ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଥିବାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସରକାରୀ ଦଳକୁ ସୁହାଉଥିବା ଏଭଳି ପକ୍ଷପାତିତା ପ୍ରଚାରକୁ ରୋକିବା ପାଇଁ ବିହୀତ ପଦକ୍ଷେପ ନେବାକୁ ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରିଛନ୍ତି । ଏହି ପ୍ରସଙ୍ଗରେ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ସମସ୍ତ ତଥ୍ୟ ଓ ପ୍ରମାଣ ପ୍ରଦାନ କରିଛନ୍ତି ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟଟି ଶାସକ ବିଜେଡିର ଦଳୀୟ କାର୍ଯ୍ୟାଳୟରେ ପରିଣତ ହୋଇଛି । ମୁଖ୍ୟ ଫାଟକରେ ବ୍ୟାନର (ବିଜୁ ପକ୍କାଘର), ଫାଟକ ସମ୍ମୁଖରେ ସାଇନ ବୋର୍ଡ (ବସୁଧା) ଲଗାଯାଇ ପଂଚାୟତ କାର୍ଯ୍ୟାଳୟକୁ ଦଳୀୟ କାର୍ଯ୍ୟାଳୟରେ ପରିଣତ କରାଯାଇ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଯଥାଶୀଘ୍ର ଏ ସମସ୍ତ ବିଜ୍ଞାପନକୁ ଉଚ୍ଛେଦ କରିବା ପାଇଁ ପ୍ରତିନିଧି ଦଳ କମିଶନଙ୍କ ନିକଟରେ ଦାବୀ କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶୀନି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲ ସେଲ ରାଜ୍ୟ ସଂଯୋଜକ ରବିଶଂକର ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପଦ୍ମଜା ଦେବତା, ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଂକର ପତି, ଲିଗାଲ ସେଲ ଜିଲ୍ଲା ସଂଯୋଜକ ମୁରଲୀ ମନୋହର ପାତ୍ର, ମଦନ ମୋହନ ସ୍ୱାଇଁ, କବିନ୍ଦ୍ର ବଳିୟାରସିଂହ, ଅଜିତ ରଥ, ମହେନ୍ଦ୍ର ପ୍ରଧାନ, କୁମୁଦ ରଂଜନ ଷଡଙ୍ଗୀ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking