26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିନୋଦ ଅଦାନୀ ସବୁଠୁ ଧନୀ ଏନ୍‌ଆରଆଇ

ବିନୋଦ ଅଦାନୀ ସବୁଠୁ ଧନୀ ଏନ୍‌ଆରଆଇ

ନୂଆଦିଲ୍ଲୀ : ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ବଡଭାଇ ବିନୋଦ ଅଦାନୀ ପ୍ରବାସୀ ଭାରତୀୟ (ଏନ୍‌ଆରଆଇ)ଙ୍କ ମଧ୍ୟରେ ସବୁଠାରୁ ଧନୀ ବୋଲି ଜଣାପଡିଛି । ସଂପ୍ରତି ଦୁବାଇରେ ବସିବାସ କରୁଥିବା ବିନୋଦଙ୍କ ମୋଟ ସମ୍ପତ୍ତିର ପରିମାଣ ୧.୬୯ ଲକ୍ଷ କୋଟି ଟଙ୍କା । ତାଙ୍କ ପଛକୁ ଲଣ୍ଡନରେ ବାସ କରୁଥିବା ହିନ୍ଦୁଜା ଭ୍ରାତା ରହିଛନ୍ତି । ସେମାନଙ୍କ ସମ୍ପତ୍ତିର ପରିମାଣ ୧.୬୫ ଲକ୍ଷ କୋଟି ଟଙ୍କା । ଆଇଆଇଏଫ୍‌ଏଲ ୱେଲଥ୍ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ତାଲିକା ଅନୁଯାୟୀ ଏବର୍ଷ ଧନୀ ଏନ୍‌ଆରଆଇ ତାଲିକାେରେ ମୋଟ ୯୪ ଜଣ ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଆମେରିକାରେ ୪୮ ଜଣ ବାସ କରୁଛନ୍ତି । ଜୟ ଚୌଧୁରୀ ଆମେରିକାରେ ସବୁଠୁ ଧନୀ ଏନ୍‌ଆରଆଇ ମାନ୍ୟତା ପାଇଥିବାବେଳେ ତାଙ୍କ ସମ୍ପତ୍ତିର ପରିମାଣ ୭୦,୦୦୦ କୋଟି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking