33.1 C
Bhubaneswar
Wednesday, April 24, 2024
Homeଓଡିଶାଅଭିଶପ୍ତ ଜୀବନ ବିତାଉଛନ୍ତି ବାଇଁକାଧୋଡ଼ି ଗ୍ରାମବାସୀ

ଅଭିଶପ୍ତ ଜୀବନ ବିତାଉଛନ୍ତି ବାଇଁକାଧୋଡ଼ି ଗ୍ରାମବାସୀ

ଝରିଗାଁ : ଗ୍ରାମାଞ୍ଚଳର ଲୋକଙ୍କୁ ଦେଶର ମୁଖ୍ୟସ୍ରୋତରେ ସାମିଲ୍ କରିବାସହ ବିଶେଷ ଭାବେ ଆଦିବାସୀ ଅଧ୍ୟୂଷିତ ମାଓ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ଅନେକ ଯୋଜନା ପ୍ରଣୟନ କରାଯାଇଛି । ଉନ୍ନତ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଗମନାଗମନର ଉନ୍ନତି ପାଇଁ କୋଟିକୋଟି ଟଙ୍କା ବ୍ୟୟ ମଧ୍ୟ କରାଯାଉଛି । ମାତ୍ର ଏଯାବତ୍ ଅନେକ ଗାଁ ରହିଛି ଯେଉଁଠି ସରକାରଙ୍କ ବିଭିନ୍ନ ଯୋଜନା ଅପହଞ୍ଚ ହୋଇ ରହିଥିବା ବେଳେ ଏକ ଅଭିଶପ୍ତ ଜୀବନ ବିତାଇବାକୁ ଏକ ପ୍ରକାରର ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୁରୁସିଂ ପଞ୍ଚାୟତ ଅର୍ନ୍ତଗତ ବାଇଁକାଧୋଡ଼ି ଗାଁର ଅଧିବାସୀଙ୍କ କ୍ଷେତ୍ରରେ । ଗାଁକୁ ନିତିଦିନିଆ ରାସ୍ତା ନାହିଁ । ଗାଁ ନିକଟରେ ଥିବା ବାଇଁକାଧୋଡ଼ି ନାଳ ଉପରେ ପୋଲଟିଏ ନିର୍ମାଣ ହୋଇପାରି ନାହଁ । ଫଳରେ ବର୍ଷା ଦିନେ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ବାଇଁକାଧୋଡ଼ି ଗାଁରେ ୭୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ସମସ୍ତେ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି ।
ତେବେ ଗାଁକୁ ଯାତାୟତ ପାଇଁ ରାସ୍ତାଟିଏ ନଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗିଥାନ୍ତି । ଖାଲି ସେତିକି ନୁହେଁ ରାସ୍ତା ଭଲ ନଥିବାରୁ କୌଣସି ଯାନାବାହନ ଆସିପାରେ ନାହିଁ । ଫଳରେ ଗାଁରେ କେହି ରୋଗଗସ୍ତ ହେଲେ ତାଙ୍କୁ ଖଟିଆରେ ବୋହି ବାଇଁକାଧୋଡ଼ି ନାଳ ପାର ହୋଇ ହସ୍ପିଟାଲ ନେବାକୁ ପଡ଼ିଥାଏ । ତେବେ ସାମାନ୍ୟ ବର୍ଷା ହେଲେ ଏହି ବାଟ ଦେଇ ଯିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଥିବା ବେଳେ ରୋଗୀଙ୍କୁ ଭଗବାନଙ୍କ ଭରଷାରେ ଛାଡ଼ି ଦିଆଯାଇଥାଏ । ନଚେତ୍ କ୍ୱାକ କିମ୍ବା ଦେଶୀ ଜଡ଼ିବୁଟିରେ ଚିକିତ୍ସା କରାଯାଇଥାଏ । ବର୍ଷାଦିନେ ଜଳବନ୍ଦୀ ଅବସ୍ଥାରେ ଗର୍ଭବତୀ ମାନେ ଘରେ ହିଁ ପ୍ରସବ କରିବାକୁ ବାଧ୍ୟ ହୋଇଥାନ୍ତି । ଅନ୍ୟପଟେ ଗ୍ରାମବାସୀଙ୍କ ଫସଲ ଗୁଡ଼ିକ ଅମଳ ପରେ ଝରିଗାଁ ପଠାଇବା ପାଇଁ ଯାନାବାହନ ଚଳାଚଳ
ସମ୍ଭବ ନଥିବା ଯୋଗୁ ଅତି କମ୍ ଦାମରେ ଦଲାଲ ନିକଟରେ ଫସଲ ଗୁଡ଼ିକ ବିକ୍ରି କରି କ୍ଷତି ସହିଥାନ୍ତି ।
ଏତିକିରେ ସରିନି ସମସ୍ୟା । ବିଦ୍ୟାର୍ଥୀ ମାନେ ମଧ୍ୟ ସ୍କୁଲ୍ ଯିବା ବେଳେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହିପରି ସମଦଶା ନିକଟସ୍ଥ ମୈନାପଦର କାମ ସାହି ଓ ଜିତୁରୁ ସାହି ଭୋଗୁଛନ୍ତି । ଏମାନେ ଡାବୁଗୁଡ଼ା ଦେଇ ଝରିଗାଁରେ ପହଞ୍ôଚଥାନ୍ତି । ହେଲେ ବାଇଁକାଧୋଡ଼ି ବାସୀଙ୍କ ଯାତାୟତ ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବା ବେଳେ ଖୁବ୍‌ଶୀଘ୍ର ନାଳ ଉପରେରେ ବ୍ରିଜ୍ ହେବା ନେଇ ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଶ୍ୱାସନା ଏକ ମାତ୍ର ଭରଷା । ତେବେ ସମସ୍ୟା ନେଇ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଗୁରୁସିଙ୍ଗା ପଞ୍ଚାୟରେ ଥିବା ଅନେକ ଛୋଟବଡ଼ ନାଳ ଗୁଡ଼ିର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ ଆଇଟିଡିଏ ବିଭାଗ ପକ୍ଷରୁ ବାଇଁକାଧୋଡ଼ି ନାଳରେ ବ୍ରଜ୍ ନିର୍ମାଣ ପାଇଁ ଟେଣ୍ଡ ଶେଷ ହୋଇଛି । ଯଥାଶୀଘ୍ର ବ୍ରିଜ୍ କାମ ଆରମ୍ଭ ହୋଇଯିବ ବୋଲି ବିଧାୟକ ଶ୍ରୀ ମାଝୀ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking