16.1 C
Bhubaneswar
Friday, January 28, 2022
Homeଅପରାଧସାଧାରଣ ଜନତା ଓ ମାଓବାଦୀ ମୁହାଁ ମୁହିଁ

ସାଧାରଣ ଜନତା ଓ ମାଓବାଦୀ ମୁହାଁ ମୁହିଁ

ମାଲକାନାଗିରି: ମାଓ ଗଡକୁ ଶକ୍ତ ଝଟକା । ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ସାଧାରଣ ଜନତା ମାଓବାଦୀ ମୁହାଁ ମୁହିଁ ହୋଇଥିବା ଜଣାପଡିଛି । ମାଓବାଦୀ ଙ୍କ ଅତ୍ୟାଚାର କୁ ବିରୋଧ କରିବା ସହ ୨ ମାଓବାଦୀ ଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି । ଘଟଣା ସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ରହିଛି । ସ୍ୱାଭିମାନ ଅଞ୍ଚଳର ପାପରମେୟଲ ଥାନା ଅନ୍ତର୍ଗତ ଜନ୍ତୁରାଇ ଠାରେ ଏହି ଘଟଣା ଘଟିଥିବା ଜଣାପଡିଛି । କିଛି ମାଓବାଦୀ ଗତକାଲି ରାତ୍ରିରେ ଗ୍ରାମକୁ ଲୋକଙ୍କୁ ଉପରେ ଭୟଭୀତ କରାଇବାରୁ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଢେଲା ପଥର ଓ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ବର ଆହତ ହୋଇଥିଲା । ଏହାପରେ ମାଓବାଦୀଙ୍କ ହାତଗୋଡ ବାନ୍ଧି ରଖିଥିଲେ । ତେବେ ପୋଲିସ ଖବର ପାଇ ସକାଳେ ଗ୍ରାମକୁ ଯିବା ପରେ ମୃତ ଦେହ ସହ ଅ।ହତ ମାଓବାଦୀଙ୍କୁ ହସ୍ତାନ୍ତର କରିଥିଲେ । ପରେ ପୋଲିସ ଗୁରୁତ୍ବର ଅହତକୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ମୃତ ଦେହକୁ ଜିଲ୍ଲା ପୋଲିସ କାର‌୍ୟ୍ୟାଳୟକୁ ଆଣିଛି ।
https://onakhabar.com/2020/01/26/mao-poster/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking