ପାଇଖାନା ନଥାଇ ବାହ୍ୟମଳମୁକ୍ତ ଗାଁ: ସରକାରଙ୍କୁ ଦିଆଯାଉଛି ମିଥ୍ୟା ରିପୋର୍ଟ

No Toilets In Open Defecation-Free Villages

କେନ୍ଦ୍ରାପଡ଼ା,୨୧/୧୦:ଦେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନା ଜରିଆରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କୁ ପାଇଖାନା ଯୋଗାଇ ଦେଉଛନ୍ତି । ପାଇଖାନା କରିବା ପରେ ସରକାର ପାଇଖାନା କରିଥିବା ବ୍ୟକ୍ତିଙ୍କୁ ୧୨ ହଜାର ଟଙ୍କା ଲେଖା ପ୍ରଦାନ କରୁଛନ୍ତି । ଜିଲ୍ଲା ଜଳ ଓ ପରିମଳ ବିଭାଗ ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ପାଇଖାନା ନିର୍ମାଣ କ୍ଷେତ୍ରରେ ବ୍ୟାପକ ଦୁର୍ନିୀତି ଓ ଦଲାଲି ହେଉଥିବା ଅଭିଯୋଗ ହେଉଛି । ଦଲାଲମାନେ ପାଇଖାନା କରାଇ ଦେବା ପାଇଁ ଉପଭୋକ୍ତାଙ୍କ ନିକଟରୁ ୨ ହଜାରରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଅନେକ ସ୍ଥାନରେ ଠିକାଦାରଙ୍କ ଦ୍ୱାରା ପାଇଖାନା ନିର୍ମାଣ ହେବାର ଅଳ୍ପ କେତେ ଦିନ ମଧ୍ୟରେ ପାଇଖାନା ଭାଙ୍ଗି ଯାଉଥିବା ଦେଖାଯାଉଛି । କେବଳ ସେତିକି ନୁହେଁ ଗୋଟିଏ ଗୋଟିଏ ଗୋଟିଏ ଗାଁରେ ପାଇଖାନା ନିର୍ମାଣ କରା ନଯାଇ ଗାଁକୁ ବାହ୍ୟମଳମୁକ୍ତ ଗାଁ ଭାବରେ ବିଭାଗ ଦ୍ୱାରା ଘୋଷଣା କରାଯାଇ ଫଳକ ଲଗାଯାଇଥିବା ଦେଖିବାକୁ ମିଳୁଛି । କିନ୍ତୁ ଗାଁ ଲୋକେ ପଡ଼ିଆକୁ , ରାସ୍ତା କଡ଼କୁ ବା କେନାଲ ବନ୍ଧକୁ ଶୌଚ କରିବାକୁ ଯାଉଛନ୍ତି । ହେଲେ ଗାଁ ଲୋକଙ୍କ ନାଁରେ ପାଇଖାନା ପାଇଖାନା ବିଲ କରାଯାଇଥିବା କୁହାଯାଉଛି । ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ପଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ଖଡ଼ିଅଂଟା ଗ୍ରାମ ପଂଚାୟତରେ । ଖଡ଼ିଅଂଟା ପଂଚାୟତର କଡ଼ିଅଂଟା ଗାଁ କେନାଲ ପୋଲ ନିକଟ ରାସ୍ତା କଡ଼ରେ ଏକ ସାଇପ ବୋର୍ଡ଼ ଲଗାଯାଇ ଖଡ଼ିଅଂଟା ଗାଁକୁ ବାହ୍ୟମଳମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି । କିନ୍ତୁ ଗାଁର ବାସ୍ତବ ଚିତ୍ର ଅଲଗା । ସକାଳ ହେଲେ ଗାଁର ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ, ଏପରି କି ମହିଳାମାନେ ମଧ୍ୟ ଶୌଚ ପାଇଁ ବାଲଟି, ଲୋଟା ବା ଗଡ଼ୁ ଧରି ବାହାରକୁ ଯାଉଥିବା ଦେଖା ଯାଉଛି । କିଏ ରାସ୍ତା କଡ଼ରେ ତ କିଏ ପଡ଼ିଆରେ ତ ଆଉ କିଏ କେନାଲ ବନ୍ଧରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି ଏପରି ନୁହେଁ କି ଲୋକେ ଶୌଚ ପାଇଁ ପାଇଖାନା ଯିବାକୁ ପସନ୍ଦ କରୁ ନାହାଁନ୍ତି । କିନ୍ତୁ ଲୋକଙ୍କ ଘରେ ପାଇଖାନା ନଥିôବାରୁ ସେମାନେ ବାହାରକୁ ଶୌଚ ପାଇଁ ଯାଉଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ଏହି ଗାଁରେ ପାଇଖାନା ନିର୍ମାଣ ନକରି ଗତ ସେପ୍ଟେମ୍ବର ମାସରେ ରାତି ଅଧରେ ଗାଁକୁ ‘ବାହ୍ୟ ମଳମୁକ୍ତ ଗାଁ’ ବୋଲି ଘୋଷଣା କରି ଏକ ବୋର୍ଡ଼ ଲଗାଇ ଦେଇଛନ୍ତି । ଏହି ଘୋଷଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଗାଁର ଲୋକେ କହୁଛନ୍ତି, “ଆମ ଗାଁ ଲୋକେ ଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ପିଲାମାନେ ଜାଣିନପାରି ରାସ୍ତା ଉପରେ ଶୌଚ କରୁଛନ୍ତି ।” ତେବେ ଏ ନେଇ ଖଡ଼ିଅଂଟା ଗାଁରେ ୱାର୍ଡ଼ମେମ୍ବର ଗୁରୁଚଚରଣ ଦାସ କହିଛନ୍ତି ଯେ, “ବାଡ୍ରମଳମୁକ୍ତ ଗାଁ ବେବାଲି ସରକାର ଗୋଟେ ବୋର୍ଡ଼ ମାରି ଲୋକଙ୍କୁ ଠକୁଛନ୍ତ୍‌ିୠାଁରେ ନିର୍ମାଣ କରାଯାଇଥିବା ପାଇଖାନା ଗୁଡ଼ିକ ଅତତି ନିମ୍ନମାନର ହୋଇଥିବା ଯୋଗୁ ତାହା ଲୋକଙ୍କ ବ୍ୟବହାରରେ ଆସୁନାହିଁ । ପାଇଖଖାନା ନିର୍ମାଣରେ ବ୍ୟାପକ ଦୁର୍ନିତୀ କରାଯାଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନେ ମାଲେମାଲ ହୋଇଛନନ୍ତି । କିନ୍ତୁ ହିତାଧିକାରୀ ପାଇଖଖାନା ନପାଇ ପୂବର୍ବ ଭଳି ବାହାରକକୁ ଶୌଚପାଇଁ ଯାଉଛନ୍ତି । ସେହିପରି ଖ ଏହି ପଂଚାୟତର ବାଇପପଦା ଓ ଜିଗରଣ ଗାଁକୁ ବାହ୍ୟମଳମୁକ୍ତ ଗଗାଁ ବେବାଲି ଘୋଷଣା କରାଯାଇଥିଲେ ବି ଗାଁରେ ପାଇଖାନା ନଥିବାରୁ ଲୋକେ ବାହାରକୁ ଶୌଚ ପାଇଁ ଯାଉଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here