34.1 C
Bhubaneswar
Friday, March 29, 2024
Homeଓଡିଶାବାସନ୍ଦ ପାଇଁ ଶବଦାହ କରାଇ ଦେଲେନି ଗ୍ରାମବାସୀ

ବାସନ୍ଦ ପାଇଁ ଶବଦାହ କରାଇ ଦେଲେନି ଗ୍ରାମବାସୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗ୍ରାମରେ ବାସନ୍ଦ କରି ଶବକୁ ପୋଡିବାକୁ ବିରୋଧ କରାଯାଇଥିବା ଜଣାଯାଇଛି । ମଙ୍ଗଳବାର ଦିନ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରୁ ମୃତକ ରାମଚନ୍ଦ୍ର ମହାରଣା(୫୦)କୁ ତାର ପରିବାର ଲୋକ ରାମଚନ୍ଦ୍ରଙ୍କର ପୈତୃକ ଗ୍ରାମ କଞ୍ଜରା ଗ୍ରାମକୁ ଶବଦାହ କରିବା ପାଇଁ ନେଇଥିଲେ । କିନ୍ତୁ କଞ୍ଜରା ଗ୍ରାମବାସୀ ଏହି ପରିବାର ବାସନ୍ଦ ହୋଇଥିବା କହି ଶବଦାହ କରିବାକୁ ବିରୋଧ କରିଥିଲେ ।  ସୂଚନା ଅନୁଯାୟୀ,  ମୃତ ରାମଚନ୍ଦ୍ର ମହାରଣାର ବଡ ଭାଇ ନାଣ୍ଡୁ ମହାରଣା ବହୁ ଦିନ ପୂର୍ବରୁ କଞ୍ଜରା ଗ୍ରାମରେ ଘର ଜ୍ୱାଇଁ ହୋଇ ରହୁଥିଲା । ସେହି ସମୟରେ ନାଣ୍ଡୁ ମହାରଣାକୁ କଞ୍ଜରା ଗ୍ରାମବାସୀ ବାସନ୍ଦ କରିଥିଲେ । ସମୟ ବିତିଯିବା ସହିତ ଏହି ବାସନ୍ଦ ଉଠି ଯାଇଥିଲା । କିନ୍ତୁ ନାଣ୍ଡୁ ମହାରଣାର ଝିଅ ବାହା ଘର ସମୟରେ ସେ କଞ୍ଜରା ଗ୍ରାମକୁ ଯାଇନଥିଲା । ଏହା ପରେ ପୁଣି ଥରେ ନାଣ୍ଡୁକୁ କଞ୍ଜରା ଗ୍ରାମବାସୀ ବାସନ୍ଦ କରିଦେଇଥିଲେ । ନାଣ୍ଡୁ ଓ ତାର ଭାଇ ଅନୁଗୁଳ ମଦନମୋହନପଡାରେ ଦିନ ମଜୁରୀଆ ଭାବରେ କାର୍ଯ୍ୟ କରୁଥିଲେ । ସୋମବାର ଦିନ ନାଣ୍ଡୁ ମହାରଣା ତାର ଭାଇ ରାମଚନ୍ଦ୍ରକୁ ଦେହ ଅସୁସ୍ଥ କାରଣରୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସୋମବାର ସନ୍ଧ୍ୟାରେ ରାମଚନ୍ଦ୍ରର ମୃତ୍ୟୁ ହୋଇଥିଲା । ଫଳରେ ନାଣ୍ଡୁ ତାର ଭାଇର ଶବକୁ ମହାପ୍ରୟାଣ ଗାଡିରେ କଞ୍ଜରା ଗ୍ରାମକୁ ନେଇଥିଲା । ସୋମବାର ରାତିରେ କଞ୍ଜରା ଗ୍ରାମରେ ଗ୍ରାମବାସୀ ରାମଚନ୍ଦ୍ରର ଶବଦାହ କରିବା ପାଇଁ ବାରଣ କରିବାରୁ ନାଣ୍ଡୁ ପୁଣି ଥରେ ତାର ଭାଇର ଶବକୁ ଅନୁଗୁଳ ଡାକ୍ତରଖାନାକୁ ନେଇଆସିଥିଲା । ନାଣ୍ଡୁ ଦିନ ମଜୁରିଆ ହୋଇଥିବାରୁ ମହାପ୍ରୟାଣ ଗାଡିର ତେଲ ଖର୍ଚ ୭୦୦ ଟଙ୍କା ଦେଇପାରିନଥିଲା । ଏହା ପରେ ନାଣ୍ଡୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁଠି ଗୁହାରି କରିଥିଲେ ମଧ୍ୟ ତାକୁ କୌଣସି ସରକାରୀ ସହାୟତା ମିଳିନଥିଲା । ଏହି ଘଟଣା ମଦନମୋହନପଡାର ସଞ୍ଜୟ ସାହୁ ଜାଣିବା ପରେ ନାଣ୍ଡୁକୁ ଆର୍ଥିକ ସହାୟତା ସହ ଅନୁଗୁଳ ନିକଟ ଶ୍ମଶାନରେ ଶବକୁ ପୋଡିବାରେ ସହାୟତା କରିଥିଲେ । ସଞ୍ଜୟ ମହାପ୍ରୟାଣ ଗାଡିର ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ଏହି ସବୁ ଘଟଣା ଜିଲ୍ଲା ପ୍ରଶାସନ ଜାଣି ମଧ୍ୟ ଚୁପ ରହିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ କଞ୍ଜରା ଗ୍ରାମରେ ମୃତକ ପରିବାରକୁ ବାସନ୍ଦ କରିବା ନେଇ ସାଧାରଣରେ ଦୃଢ଼ ନିନ୍ଦା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking