31.1 C
Bhubaneswar
Friday, March 29, 2024
Homeଓଡିଶାଭୋଟ ବର୍ଜନ ନେଇ ଗ୍ରାମବାସୀଙ୍କ ଚେତାବନୀ

ଭୋଟ ବର୍ଜନ ନେଇ ଗ୍ରାମବାସୀଙ୍କ ଚେତାବନୀ

ଭୁବନେଶ୍ୱର : ସରକାରଙ୍କ ଯୋଜନା ମାଳମାଳ । ହେଲେ ବାସ୍ତବ କ୍ଷେତ୍ରରେ ଏହାର ସଫଳ ରୁପାୟନ ହୋଇପାରୁନାହିଁ । ଏବେ ବି ବହୁ ଗ୍ରାମ ରହିଛି ଯେଉଁଠି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ନଳଗଜା ଗ୍ରାମପଞ୍ଚାୟତ । ଗାଁକୁ ରାସ୍ତା ନଥିବାରୁ ପଞ୍ଚାୟତର ୪ ଗ୍ରାମବାସୀ ଚଳିତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି । ପଞ୍ଚାୟତର କୋଳିପାଳ ଗାଁକୁ ଯାତାୟତ ପାଇଁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସ୍ଥାୟୀ ରାସ୍ତାଟିଏ ହୋଇପାରିନି । ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ କୋଳିପାଳ ,ଜମ୍ଭୀରାପାଳ ,ଅଣ୍ଡିରାପାଳର ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲା ବେଳେ କୌଣସି ସୁଫଳ ମିଳିନାହିଁ ।

ବର୍ଷ ପରେ ବର୍ଷ ବିତି ଯାଉଥିଲେବି ଉକ୍ତ ଗ୍ରାମ ମାନଙ୍କୁ ସ୍ଥାୟୀ ରାସ୍ତା ପହଁଚି ପରିଲା ନାହିଁ । ଏପରିକି ଚାରୋଟି ଗ୍ରାମ ମଧ୍ୟରୁ ଆଦିବାସୀ ବହୁଳ କୋଳିପାଳ ଗ୍ରାମକୁ ଯିବାପାଇଁ ବିଲଭିତରେ ଯିବାକୁ ପଡ଼ିଥାଏ । ସ୍ତାୟୀ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଚି ପାରୁ ନଥିବାରୁ ଠିକ ସମୟରେ ଚିକିତ୍ସା ଅଭାବରୁ ଅକାଳରେ ଝଡ଼ିପଡୁଛି ବହୁ ମୁଲ୍ୟବାନ ଜୀବନ । କୋଳିପଶି ଗ୍ରାମ ପଟରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅର୍ନ୍ତଗତ ରାସ୍ତା କାମ ଆରମ୍ଭ ହୋଇଥିଲେ ବି କଛପଗତିରେ କାମ ଚାଲୁଛି । ପ୍ରାଶାସନ ପକ୍ଷରୁ ରାସ୍ତା ସମସ୍ୟା ପ୍ରତି କୌଣସି ଦୃଷ୍ଟି ଦିଆଯାଉ ନଥିବାରୁ ଏହାକୁ ବିରୋଧ କରିଛନ୍ତି କୋଳିପାଳ ଗ୍ରାମବାସୀ । କୋଳିପାଳ ଗ୍ରାମର ୧୫ନଂୱାର୍ଡ଼ରୁ ୱାର୍ଡ଼ମେମ୍ବର ଭାବେ ତିନିଜଣ ପ୍ରର୍ଥୀପତ୍ର ଦାଖଲ କରିଥିଲେ । ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରି ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁଯାଇ ପ୍ରର୍ଥୀପତ୍ର ଦାଖଲ କରିଥବା ତିନିଜଣ ପ୍ରାର୍ଥୀ ନିଜନିଜ ପ୍ରର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଗ୍ରାମବାସୀ ଚଳିତ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହଁ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking