26.1 C
Bhubaneswar
Friday, March 29, 2024
Homeଅପରାଧଲସ୍କରର ଦୁଇ ଆତଙ୍କବାଦୀଙ୍କୁ ଘେରିଲେ ଗ୍ରାମବାସୀ

ଲସ୍କରର ଦୁଇ ଆତଙ୍କବାଦୀଙ୍କୁ ଘେରିଲେ ଗ୍ରାମବାସୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାରେ ଭୟଙ୍କର ହତିଆର ସହିତ ଲସ୍କର-ଇ-ତୋଇବାର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ । ଗ୍ରାମବାସୀମାନେ ଏମାନଙ୍କୁ ଧରିବା ପରେ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଆତଙ୍କବାଦୀଙ୍କୁ ଗିରଫ ପରେ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ଅସ୍ତ୍ରଶସ୍ତ୍ର ଦେଖି ସେମାନେ ଏକ ବଡ ଆକ୍ରମଣର ଯୋଜନା ନେଇ ଆସିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଲସ୍କର-ଇ-ତୋଇବାର ଦୁଇ ଆତଙ୍କବାଦୀ ଏବେ ପୋଲିସ କବଜାରେ । ପୋଲିସ ସେମାନଙ୍କ ପଚରାଉଚରା କରିବା ସହ ସେମାନଙ୍କ ଯୋଜନା ବିଷୟରେ ଜାଣିବାକୁ ଚେଷ୍ଟା କରୁଛି । ଏମାନଙ୍କୁ ଗିରଫ କରିବା ସହ ଆତଙ୍କବାଦୀଙ୍କ ପାଖରୁ ବିଭିନ୍ନ ହତିଆର ମଧ୍ୟ ଜବତ କରିଛି ପୋଲିସ । ତେବେ ଅସ୍ତ୍ରଶସ୍ତ୍ରକୁ ଲକ୍ଷ୍ୟ କଲେ ଏମାନଙ୍କର ଏକ ବଡ ଆଟାକ ପାଇଁ ଯୋଜନା ଥିବା ଅନୁମାନ କରାଯାଉଛି । ତେବେ ସ୍ଥାନୀୟ ଗ୍ରାମବାସୀ ଏମାନଙ୍କୁ ଅଟକ ରଖି ପୋଲିସ ଖବର ଦେଇଥିଲେ ।

ତେବେ ଏହା ପୂର୍ବରୁ ଜୁଲାଇ ୧ ତାରିଖରେ ମଧ୍ୟ ଶ୍ରୀନଗର ଅଞ୍ଚଳରୁ ଗ୍ରୁପର ୨ ଜଣ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଥିଲା । ଏହାସହିତ ବିଭିନ୍ନ ହତିଆର ଏବଂ ଗୋଳା-ବାରୁଦ ମଧ୍ୟ ଜବତ କରିଥଇଲା ପୋଲିସ । ତେବେ ଜିଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ପୋଲିସ ଖବର ପାଇବା ପରେ ଅନେକ ସ୍ଥାନରେ ନାକାବନ୍ଦୀ କରିଛି । ଏ ନେଇ ପୋଲିସ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking