38.1 C
Bhubaneswar
Tuesday, April 23, 2024
Homeଓଡିଶାଚାଷଜମିରୁ ମାଟି ଖୋଳାକୁ ଗ୍ରାମବାସୀଙ୍କ ବିରୋଧ,କ୍ଷତିପୂରଣ ଲାଗି ପ୍ରସାଶନ ନିକଟରେ ଦ୍ୱାରସ୍ଥ

ଚାଷଜମିରୁ ମାଟି ଖୋଳାକୁ ଗ୍ରାମବାସୀଙ୍କ ବିରୋଧ,କ୍ଷତିପୂରଣ ଲାଗି ପ୍ରସାଶନ ନିକଟରେ ଦ୍ୱାରସ୍ଥ

ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ଓ ବ୍ୟାସନଗର ତହସିଲ ଅନ୍ତର୍ଗତ ବ୍ୟାସସରୋବର ପାଟ ଗଣ୍ଡାନାଳ କଡ଼ରେ ଥିବା ଚାଷ ଜମିକୁ ଡ୍ରେନ୍‌ଜେ ବିଭାଗ ଚାଷୀମାନଙ୍କୁ ନ ଜଣାଇ ସେମାନଙ୍କ ଜମିକୁ ତାଢ଼ି ଗଣ୍ଡାନାଳକୁ ଚୋଉଡ଼ା କରୁଛି । ଗଣ୍ଡାନାଳଟିକୁ ଚୋଉଡ଼ା କରିବାବେଳେ ଚାଷୀମାନଙ୍କର ଜମିକୁ ତାଢ଼ି ଗଣ୍ଡାନାଳରେ ମିଶାଇବା ସହିତ ମାଟିକୁ ଜେସିବି ସାହାଯ୍ୟରେ ନାଳ କଡ଼ରେ ଥିବା ଜମିରେ ପକାଉଛି । ଚାଷୀମାନଙ୍କ ଜମି ଯିବା ସହିତ ରହିଥିବା ଜମିରେ ମାଟି ଗଦା ହୋଇ ପଡ଼ିଛି । ଏପରି ଠିକାଦାରୀ କାମକୁ ସରୋବର ପାଟରେ ଜମି ଥିବା ଗ୍ରାମବାସୀ ମାନେ ବିରୋଧ କରିବା ସହିତ କ୍ଷତିପୁରଣ ଲାଗି ପ୍ରଶାସନ ନିକଟରେ ଫେରାଦ ହେଲେ । କୋପଣ୍ଡ, ମୁଣ୍ଡମାଳ, ବୀରମଣିପୁର, ଖଣ୍ଡାହାତା, ରାଛିପୁର, ଦାନିଆବର, ମାଟିକର, ଯୋକଡ଼ିଆ, ମାନତିରା ଓ ଜୋଡ଼ାବର ପ୍ରଭୃତି ବହୁ ଗ୍ରାମବାସୀମାନଙ୍କର ମିଶି ହଜାର ହଜାର ଏକର ଚାଷ ଜମି ଅଛି । କିଛି ଗ୍ରାମବାସୀ ଏହି ପାଟ ମଧ୍ୟଦେଇ ଯାଇଥିବା ଗଣ୍ଡାନାଳରୁ ପାଣି ମଡ଼ାଇ ଶୀତଦିନେ ପନିପରିବା ଚାଷ କରନ୍ତି । ବର୍ଷାଦିନେ ଏହି ପାଟଟି ଗଣ୍ଡାନାଳ ପାଣି ଜମି ହଜାର ହଜାର ଏକର ମାସ ମାସ ଧରି ବୁଡ଼ି ରୁହେ । ଗଣ୍ଡାନାଳ ପାଣି ଛାଡ଼ିବା ପରେ ଜମିରେ ପଟୁ ବସିଯିବା ଦ୍ୱାରା ମାଟିର ଉର୍ବରତା ବଢ଼ିଯାଇଥାଏ । ଏହି ଅଂଚଳର ଚାଷୀମାନେ ଏହି ଜମିରେ ରବି ଜାତୀୟ ଫସଲ କରି ବରଷକର ଘରର ଯାନିଯାତ୍ରା ଉଠାଇ ଥାନ୍ତି । କଳିଙ୍ଗ ନଗରରେ କଳକାରଖାନା ହେବା ଦିନରୁ କଳକାରଖାନାର କେମିକାଲ ପାଣି ବର୍ଷା ଦିନେ ଗଣ୍ଡାନାଳ ପାଣିରେ ମିଶିି ଯିବାରୁ ମାଟିର ଉର୍ବରତା ନଷ୍ଟ ହେଇଯାଉଛି । ଫଳରେ ଆଗ ପରି ଆଉ ରବି ଜାତୀୟ ଫସଲ ହେଇପାରୁନାହିଁ । ବିଗତ ଦିନରେ ଏହି କେମିକାଲ ପାଣିକୁ ନେଇ ଚାଷୀମାନେ ଆନ୍ଦୋଳନ କରିଥିଲେ । ଶିଳ୍ପାଞ୍ଚଳର ମାଲିକମାନେ ଏହି ସରୋବର ପାଟକୁ ନେଇ ଆସ୍ ପଣ୍ଡ୍ କରିବାର ବହୁ ପୂର୍ବରୁ ଯୋଜନା କରୁଥିଲେ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ହେଲେ ତାହା ଫଳପ୍ରଦ ନ ହେବାରୁ ଶିଳ୍ପପତିମାନେ ଚୁପ୍‌ଚାପ୍ ବସି ପଡ଼ିଛନ୍ତି । ଜନସାଧାରଣମାନଙ୍କ ମଧ୍ୟରେ ଆଲୋଚନା ହେଉଛି ଏହି ଗଣ୍ଡାନାଳକୁ ଚଉଡ଼ା ଏବଂ ଗଭୀର କରି କେମିକାଲ ପାଣି ଛାଡ଼ିବାର ଯୋଜନା କଳକାରଖାନର ମାଲିକମାନେ କରୁ ନାହାନ୍ତି ତ! ଚାଷୀମାନଙ୍କୁ ନ ଜଣାଇ ଗଣ୍ଡାନାଳକୁ ଓସାର କରିବା ଏବଂ ଜମିକୁ ଖୋଳିବା କାର୍ଯ୍ୟକୁ ଚାଷୀମାନେ ଖବର ପାଇ ବନ୍ଦ କରିଥିଲେ । ଏହି ମାଟି ଖୋଳାରେ ନିୟୋଜିତ ଦୁଇଟି ଜେସିବ ମେସିନକୁ କାର୍ଯ୍ୟସ୍ଥଳୀରେ ଅଟକାଇଥିଲେ । ଠିକାଦାର ଚାଷୀମାନଙ୍କ ନିକଟରେ ପହଞ୍ଚି ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ କହିଥିଲେ ଏବଂ କ୍ଷତିପୂରଣ ଦେଇସାରିବା ପରେ କାମ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ତା’ପର ଦିନ ସେଠାରେ ମେସିନ କିଛି ନ ଥିବାରୁ ଚାଷୀମାନେ ଯାଜପୁର ରୋଡ଼ ଦଳା ଛକରୁ ସେହି ଦୁଇଟି ଜେସିବ ମେସିନକୁ ଆଣି ରାଛିପୁର ଗ୍ରାମରେ ରଖିଥିଲେ । ଠିକାଦାର ଆଉ ଚାଷୀମାନଙ୍କୁ ଧରାଛୁଆଁ ନ ଦେବାରୁ ସବୁ ଗ୍ରାମବାସୀମାନେ ମିଶି ଦାନଗଦୀ ତହସିଲଦାର, କଳିଂଗ ନଗର ଅତିରିକ୍ତ ଜିଲ୍ଲାପାଳ, ନିର୍ବାହୀ ଅଧିକାରୀ ଡ୍ରେନେଜ ଡ଼ିଭିଜନକୁ ଭେଟି କ୍ଷତି ପୂରଣ ପାଇବା ପାଇଁ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବିପତ୍ର ଦେଇଥିଲେ । ଠିକାଦାର କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ହେଲେ ଅନିଲ କୁମାର ସାମଲ, କୁମି ପୁଅ(ବରୀ), ବିବେକ ସାମଲ ଏରଡ଼ା ଗ୍ରାମ (ବରୀ), ବାମଦେବ ସାମଲ(ବରୀ) ବ୍ୟକ୍ତି ବିଶେଷ ଗଣ୍ଡାନାଳ ଖୋଳିବା କାର୍ଯ୍ୟ କରୁଥିଲେ ଏବଂ ଗ୍ରାମବାସୀଙ୍କୁ କ୍ଷତି ପୂରଣ ଦେବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking