37.1 C
Bhubaneswar
Thursday, March 28, 2024
Homeଓଡିଶାକମ୍ପାନୀଗୁଡ଼ିକର ମନମୁଖି କାର୍ଯ୍ୟ : ଧୂଳି ଧୂଆଁରେ ବେହାଲ ଗ୍ରାମବାସୀଙ୍କ ରାସ୍ତାରୋକ

କମ୍ପାନୀଗୁଡ଼ିକର ମନମୁଖି କାର୍ଯ୍ୟ : ଧୂଳି ଧୂଆଁରେ ବେହାଲ ଗ୍ରାମବାସୀଙ୍କ ରାସ୍ତାରୋକ

ଖୁଣ୍ଟୁଣୀ: ଆଠଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତରେ ଥିବା ଟିଏସ୍ ଆଲଏଜ୍ ଏବଂ ଭୁବନେଶ୍ୱର ପାୱାର ପ୍ଲାଣ୍ଟ୍ କମ୍ପାନୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧକରି ଧୁରୁଷିଆ ପଂଚାୟତର ଶତାଧିକ ଅଧିବାସୀ ଆଜି ନୂଆଶାସନ ରାସ୍ତା ବନ୍ଦ କରିବା ସହ ଧାରଣାରେ ବସିଥିଲେ । ଏହି ଧାରଣା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଥିଲା । ଦୀର୍ଘଦିନ ହେବ ଏହି ଦୁଇ ଶିଳ୍ପସଂସ୍ଥା ପାଇଁ ଜନସାଧାରଣ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମଖୀନ ହେଉଛନ୍ତି । ଏହାର ପ୍ରତିକାର ପାଇଁ ବାରମ୍ବାର କମ୍ପାନୀ ପ୍ରତିନିଧି ଓ ପ୍ରଶାସନର ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା ।
ସୂଚନା ଅନୁଯାୟୀ, ନୂଆଶାସନ ଗାଁ କମିଟି ତରଫରୁ ଗତ ନଭେମ୍ବର ୧୮ ତାରିରେ ଏକ ୫ ଦଫା ଦାବିପତ୍ର ଆଠଗଡ଼ ତହସିଲଦାର, ଆଠଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ, ଖୁଣ୍ଟୁଣୀ ଥାନାଧିକାରୀ, ଅନନ୍ତପୁର ସରପଞ୍ଚ ଓ କମ୍ପାନୀ ମୁଖ୍ୟଙ୍କୁ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ନାହିଁ । କମ୍ପାନୀରୁ ନିର୍ଗତ ଧୂଆଁ, ବିଷାକ୍ତ ଗ୍ୟାସ୍ ଯୋଗୁଁ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା ସହିତ ଏହା ବିଭିନ୍ନ ରୋଗର କାରଣ ସାଜୁଛି । କମ୍ପାନୀରୁ ନିର୍ଗତ ଅପରିଷ୍କାର ପାଣି ନଦୀ ଓ ଚାଷଜମିକୁ ଛଡ଼ାଯାଉଥିବାରୁ ଅଞ୍ଚଳରେ ଚର୍ମରୋଗ ସୃଷ୍ଟି କରୁଛି । କମ୍ପାନୀକୁ ପ୍ରତିଦିନ ଶହ ଶହ ଭାରୀଯାନ ଯାତାୟାତ କରୁଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାସ୍ତାରେ ପାଣି ସିଂଚନ କରାଯାଉ ନଥିବାରୁ ଉଡ଼ୁଥିବା ଧୂଳି ଓ କମ୍ପାନୀରୁ ନିର୍ଗତ ଧୂଆଁ ଯୋଗୁଁ ସ୍ୱାସ୍ଥ୍ୟ ଓ ପରିବେଶ ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । କମ୍ପାନୀ ତରଫରୁ ୨ ବର୍ଷ ତଳେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସପ୍ତାହକୁ ଘଣ୍ଟାଏ ଚିକିତ୍ସକ ଯୋଗାଇ ଦିଆଯାଇଥିବା ବେଳେ ୨ ମାସ ହେବ ଏହା ବନ୍ଦ ଅଛି ।
ଏହା ଆମର ଦାୟିତ୍ୱ ପରିସରଭୁକ୍ତ ନୁହେଁ କହି କମ୍ପାନୀ ଏହା ଏଡ଼ାଇ ଯାଉଛନ୍ତି । ପରିବେଶ ଆଇନକୁ କଂପାନୀଦ୍ୱୟ ଖୁଲମଖୁଲା ଉଲ୍ଲଂଘନ କରୁଥବା ମଧ୍ୟ ଦେଖାଯାଉଛି । କମ୍ପାନୀରୁ ନିର୍ଗତ ପାଉଁଶକୁ ଖୋଲା ଗାଡ଼ିରେ ଅନ୍ୟତ୍ର ପରିବହନ ଦ୍ୱାରା ପରିବେଶ ସଂପୂର୍ଣ୍ଣ ନଷ୍ଟ ହେଉଛି । ଭାରଯାନ ଯାତାୟାତ ଫଳରେ ରାସ୍ତାଗୁଡ଼ିକରେ ଖାଲଖମା ସୃଷ୍ଟି ହୋଇ ବହୁ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ଅନ୍ୟପକ୍ଷରେ ସ୍ଥାନୀୟ ଆଇଟିଆଇ, ଡିପ୍ଲୋମା, ଡିଗ୍ରୀଧାରୀ ଯୁବକ ଯୁବତୀଙ୍କ ପରିବର୍ତ୍ତେ ବାହାରର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହିସବୁ ସମସ୍ୟାର ଯଥାଶୀଘ୍ର ସମାଧାନ ଦାବିରେ ଆଜି ଅନନ୍ତପୁର ରାସ୍ତାରେ ଏହି ଧାରଣା ଦିଆଯାଇଥିଲା । ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ ଓ ଖୁଣ୍ଟୁଣୀ ଥାନାଧିକାରୀ ସୁଚିତ୍ର ବିର୍ଯ୍ୟ ଦାସ ଧାରଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ବୁଝାସୁଝା କରିବା ସହିତ ଆସନ୍ତାକାଲି ଅପରାହ୍ଣ ୪ଟାରେ ଉପଜିଲ୍ଲାପାଳଙ୍କ ସଭାଗୃହରେ ବୈଠକ କରି ତୁରନ୍ତ ଜନସାଧାରଣଙ୍କ ସମସ୍ୟା ସମାଧାନ କରାଯିବା ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking