26.1 C
Bhubaneswar
Friday, March 29, 2024
Homeଓଡିଶାବନ ବିଭାଗର ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ

ବନ ବିଭାଗର ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ

ଚମ୍ପୁଆ : ସଫେଇ ଆଳରେ ଚମ୍ପୁଆ ରେଞ୍ଜ୍ ଅନ୍ତର୍ଗତ ଶ୍ରୀଧରପୁର ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗର ଗଛକଟାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଗ୍ରାମବାସୀ ବର୍ଷ ବର୍ଷ ଧରି ଗାଁ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲକୁ ଆସୁଥିଲେ । କିନ୍ତୁ ସେମାନଙ୍କୁ କୌଣସି ସୂଚନା ନଦେଇ ଜଙ୍ଗଲ ସଫା କରିବା ଆଳରେ ଅନେକ ମୂଲ୍ୟବାନ୍ ଗଛକୁ କାଟି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । କଇଁତା, ପତଳା ଇନ୍ଦ୍ରପ୍ରସ୍ଥ, ଶ୍ରୀଧରପୁର ଆଦିର ଗାଁର ସଂରକ୍ଷିତ ଜଙ୍ଗଲରୁ ଲଟା, ବୁଦା ସଫା କରିବା, ଡାଳ କାଟିବା ଯୋଜନାରେ ଜଙ୍ଗଲ ବିଭାଗ ବହୁ ଗଜାଶାଳ ଗଛଗୁଡ଼ିକ କାଟିଦେବା ଦେଖିବାକୁ ମିଳିଛି । ଗଛ ଚିହ୍ନି ନଥିବା ଲୋକଙ୍କୁ ବନ ବିଭାଗ ଏହି କାର୍ଯ୍ୟରେ ନିୟୋଜିତ କରିଥିବାରୁ ସେମାନେ ଅନେକ ଔଷଧୀୟ ଗୁଳ୍ପ ଓ ଲତା ମଧ୍ୟ କାଟି ସଫା କରିଦେଇଛନ୍ତି । ମିଳିଥିବା ତଥ୍ୟନୁସାରେ ସମଗ୍ର ଓଡ଼ିଶାରେ କେନ୍ଦୁଝର ଜିଲ୍ଲାରେ ଜଙ୍ଗଲର ଆୟତନ ବଢ଼ିଥିବା ନେଇ ଖୁସି ମନାଉଥିବାବେଳେ ଚମ୍ପୁଆ ବନ ବିଭାଗର ଉନ୍ନୟନ ନାଁରେ ଏପରି ଅବାଧ ଗଛକଟାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଅସୁନ୍ତଳିତ ବାୟୁମଣ୍ଡଳ ଓ ବିଶ୍ୱ ତାପମାନକୁ ଦୃଷ୍ଟିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଓ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଥିବାବେଳେ ଚମ୍ପୁଆ ବନ ବିଭାଗର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି । ଏନେଇ ଯାମୁଦଲନ ପଞ୍ଚାୟତର ସରପଞ୍ଚ ରମେଶ ମୁଣ୍ଡା ବିଭାଗ ନିକଟରେ ଅଭିଯୋଗ କରିବା ସହ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ପ୍ରକୃତିିବନ୍ଧୁ ପୁରସ୍କାରପ୍ରାପ୍ତ ରମାକାନ୍ତ ପ୍ରଧାନ, କ୍ଷେତ୍ରବାସୀ ମହାନ୍ତ, ବୁଦ୍ଧିଜୀବୀ ସତ୍ୟବାନ କର, ରଜିଆର ପୂର୍ବତନ ସରପଞ୍ଚ ମୀତାରାଣୀ ସିଂହ ପ୍ରମୁଖ ଏହାର ତୀବ୍ର ନିନ୍ଦା କରିବା ସହ ଏପରି କାର୍ଯ୍ୟକୁ ପ୍ରେତ୍ସାହନ ଦେଉଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏ ବାବଦରେ ଚମ୍ପୁଆ ବନାଞ୍ଚଳ ଅଧିକାରୀ କାଶୀନାଥ ହେମ୍ବ୍ରମ୍‌ଙ୍କୁ ପଚାରିବାରୁ ଏଭଳି ହେବାକଥା ନୁହେଁ, କର୍ମଚାରୀମାନଙ୍କୁ ଏ ବାବଦରେ ତାଗିଦ୍ କରିଥିବା ସୂଚନା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking