28.1 C
Bhubaneswar
Thursday, March 28, 2024
Homeଓଡିଶା*ପୋଲିସ ଠାରୁ ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ତେରଗାଁ ମୌଜର ବାସିନ୍ଦା ମାନେ ଭେଟିଲେ ଆରକ୍ଷୀ...

*ପୋଲିସ ଠାରୁ ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ତେରଗାଁ ମୌଜର ବାସିନ୍ଦା ମାନେ ଭେଟିଲେ ଆରକ୍ଷୀ ଅଧିକ୍ଷକଙ୍କୁ ।*

କେନ୍ଦ୍ରାପଡା:  ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ତେରଗାଁ ମୌଜାର ବାସିନ୍ଦା ମାର୍ଶାଘାଇ ପୋଲିସ ଠାରୁ ନ୍ୟାୟ ପାଇବାରୁ ବଞ୍ଚିତ ହେବା ପରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସମ୍ବିତ୍ ସମ୍ପଦ ମଡକରଙ୍କୁ ମୂଖ୍ୟ କାର୍ଯ୍ୟାଳୟ ପରିସରରେ ଭେଟି ମାର୍ଶାଘାଇ ଥାନା ପୋଲିସର ପାତର ଅନ୍ତର ନୀତି ବିଷୟରେ ଅବଗତ କରାଇଛନ୍ତି । ଖବର ନେବାରୁ ଯାହା ଜଣାପଡିଛି ଯେ-ଉକ୍ତ ତେର ଗାଁର କିଛି ମୁଷ୍ଟିମେୟ ଲୋକ ଦଳିତ ସେଠୀ ସାହିର ଲୋକ ମାନଙ୍କ ସହିତ ବାରମ୍ବାର ଗାଳିଗୁଲଜ୍ ସହିତ ଗଣ୍ଡଗୋଳ କରୁଛନ୍ତି ଏବଂ ଉକ୍ତ ଦଳିତ ଲୋକମାନଙ୍କୁ ମାଡମାରି ସେମାନଙ୍କ ଜମିକୁ ଯିବାପାଇଁ ବାଟ ନଛାଡିବା ଓ ସେମାନଙ୍କ ଜମିରେ ଚାଷ ବନ୍ଦ୍ କଲା ଭଳି ସଂଗୀନ ଅଭିଯୋଗ କରିଥିଲେ ମାର୍ଶାଘାଇ ଥାନାରେ । ଦୁଇ ଦୁଇଟା କେସ୍ ଯଥା – ଥାନା କେସ୍ ନଂ-୨୫୨/୨୧ ଏବଂ ୨୫୭/୨୧ ରୁଜୁ ହେବାପରେ ମଧ୍ୟ ଥାନାବାବୁ ଅଭିଯୁକ୍ତ ମାନଙ୍କ ପ୍ରତି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଭିଯୁକ୍ତ ମାନେ ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ନାମରେ କୁଆଡେ ମିଥ୍ୟା କେସ୍ କରି ଚାଲୁଥିବାରୁ, ବାଧ୍ୟହୋଇ ଆଜି ପ୍ରାୟ ୧୫ଟି ପରିବାର ସମସ୍ତ ଲୋକ ପାଖାପାଖି ୨୦ ରୁ ୨୫ ଜଣ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସମ୍ବିତ୍ ସମ୍ପଦ ମଡକରଙ୍କୁ ଭେଟିଥିଲେ । ପରେ ଏସପି ମହୋଦ୍ୱୟ ଉକ୍ତ ଦଳିତ ବର୍ଗର ଗ୍ରାମବାସୀ ଙ୍କୁ ଡାକି ସବୁକଥା ପଚାରି ବୁଝିଥିଲେ । ପରେ ସେମାନଙ୍କୁ ଦୃଢ ପ୍ରତିଶୃତି ଦେଇ କହିଛନ୍ତି ଯେ- ଯଥାଶୀଘ୍ର ଉକ୍ତ କେସର ସମାଧାନ କରାଯିବା ସହିତ ସେମାନଙ୍କୁ ନିଶ୍ଚିନ୍ତ ରୂପେ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ ।

ଏସପି ମହୋଦୟ ଦଳିତ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେଦୂର ରକ୍ଷା କରୁଛନ୍ତି ଆଉ ସେମାନଙ୍କୁ କେତେଶିଘ୍ର ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ*

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking