26.1 C
Bhubaneswar
Friday, March 29, 2024
Homeଅପରାଧଜେଲରୁ ଆସିବା ପରେ ଦୁଇ ଭାଇଙ୍କ ସହ ଗ୍ରାମବାସୀ କଲେ ଏମିତି

ଜେଲରୁ ଆସିବା ପରେ ଦୁଇ ଭାଇଙ୍କ ସହ ଗ୍ରାମବାସୀ କଲେ ଏମିତି

ଗୁଆହାଟୀ: କରୋନା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମସ୍ତ କଏଦୀଙ୍କୁ ଜାମିନରେ ମୁକ୍ତ କରାଯାଇଛି । ହେଲେ ଆସାମରେ ଜେଲରୁ ଫେରିଥିବା ଦୁଇ ଭାଇଙ୍କୁ ଗାଁ ଲୋକେ ପିଟିପିଟି ମାରିଦେଇଥିବା ଖବର ଏବେ ସାମ୍ନାକୁ ଆସିଛି । ବାକ୍ସ ଜିଲ୍ଲାର ଶିମଳୁଗୁରୀ ଅଂଚଳରେ ଥିବା ଅତିଆବରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ କେଉଁ କାରଣ ପାଇଁ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଏପରି ଭାବେ ମାରିଛନ୍ତି, ତାହା ସ୍ପଷ୍ଟ ହୋଇନଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ମୃତ ଦୁଇ ଭାଇ ବିଶ୍ୱଜିତ ଓ ଅର୍ଦ୍ଧନ ଦାସ ବୋଲି ଜଣାପଡିଛି । ସେମାନେ ନିକଟରେ ଜେଲରୁ ଜାମିନରେ ଆସିଥିଲେ । ବାକ୍ସ ଜିଲ୍ଲାର ସୁପରିଟେନଣ୍ଡଣ୍ଟ ପୋଲିସ ପ୍ରୀତ ବିଜୟ କୁମାର କହିଛନ୍ତି ଯେ, ଏହି ଦୁଇ ଭାଇ ସେହି ଅଞ୍ଚଳରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯକଳାପରେ ସଂପୃକ୍ତ ଥିଲେ । ଏଥିପାଇଁ ଦୁଇ ଭାଇ ଜେଲରେ ଅନେକ ମାସ କାଟିଛନ୍ତି । ଏହାପରେ ସେମାନେ ଜେଲରୁ ଆସିବା ପରେ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ସେମାନେ ରହୁଥିଲେ । ମାତ୍ର ସେମାନେ ବୁଧବାର ଯେତେବେଳେ ନିଜ ଗାଁକୁ ଫେରୁଥିଲେ, ସେହି ସମୟରେ ଗ୍ରାମବାସୀମାନେ ସେମାନଙ୍କୁ ଅଟକାଇ ଧୁମ ପିଟିଥିଲେ । ଫଳରେ ସେମାନେ ସେହିଠାରେ ହିଁ ମୃତ୍ୟୁ ବରଣ କରିଥିଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking