38.1 C
Bhubaneswar
Saturday, April 20, 2024
Homeଓଡିଶା୬ ନାବାଳିକାକୁ ଟଙ୍କା ଲୋଭ ଦେଖାଇ ଚାଲାଣ : ଦଲାଲକୁ କାବୁକଲେ ଗ୍ରାମବାସୀ

୬ ନାବାଳିକାକୁ ଟଙ୍କା ଲୋଭ ଦେଖାଇ ଚାଲାଣ : ଦଲାଲକୁ କାବୁକଲେ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳରୁ ଆସିଲା ସାଂଘାତିକ ଅଭିଯୋଗ। ଟଙ୍କା ଲୋଭ ଦେଖାଇ ୬ ନାବାଳିକାଙ୍କୁ ଚୋରା ଚାଲାଣ କରୁଥିଲେ ଦଲାଲ। ଅଭିଯୋଗ ଅନୁସାରେ ୫ହଜାର ଟଙ୍କାର ପ୍ରଲୋଭନ ଦେଖାଇ, ଗଞ୍ଜାମର ଜଣେ ମହିଳା ଓ ପୁରୁଷଙ୍କୁ ୬ଜଣ ନାବାଳିକାଙ୍କୁ ଚାଲାଣ କରୁଥିଲେ। ସନ୍ଦେହ ହେବାରୁ ସେମାନଙ୍କୁ ଧରିପକାଇଥିଲେ ଗ୍ରାମବାସୀ। ତେବେ ଏହାକୁ ନେଇ କୃତମଗଡ ଗାଁରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଗାଁ ଲୋକମାନେ ସଂପୃକ୍ତ ମହିଳା ଓ ପୁରୁଷଙ୍କୁ କାବୁ କରିଥିବାବେଳେ ଘଟଣାସ୍ଥଳରେ ତୁମୁଡିବନ୍ଧ ବିଡିଓ ରୀନା ପ୍ରଧାନ ଓ ସିଡିପିଓ ପହଁଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ତେବେ ନାବାଳିକାମାନଙ୍କୁ କୁଆଡେ ନେଇଥିଲେ ତାହା ସ୍ପଷ୍ଟ ଜଣା ପଡିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking