28.1 C
Bhubaneswar
Friday, March 29, 2024
Homeଓଡିଶାସବୁଦିନିଆ ରାସ୍ତା ଦୁରାବସ୍ଥା ନେଇ ଜାଲି ଗ୍ରାମବାସୀଙ୍କ ଅସନ୍ତୋଷ

ସବୁଦିନିଆ ରାସ୍ତା ଦୁରାବସ୍ଥା ନେଇ ଜାଲି ଗ୍ରାମବାସୀଙ୍କ ଅସନ୍ତୋଷ

କେନ୍ଦୁଝର: ସରକାର ବିଭିନ୍ନ ଗ୍ରାମକୁ ଯିବା ଆସିବା ପାଇଁ ପକ୍କା ସଡକ କରାଉଥିବା ଡିଣ୍ଡିମ ପିଟୁଛନ୍ତି । ଏହି ଗାଁ ଗାଁ କୁ ସଡକ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏତେ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ଠିକ ସେ କାର୍ଯ୍ୟରେ ଲାଗୁ ନଥିବା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ହୋଇଛି ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ଅନ୍ତର୍ଗତ ଜାଲି ଠାରୁ ଭୂଇଁପୁର ପର୍ଯ୍ୟନ୍ତ ରାସ୍ତାରେ । ଉକ୍ତ ରାସ୍ତା ଉପରେ ହଜାର ହଜାର ଲୋକ ନିର୍ଭର କରିଆସୁଛନ୍ତି । ଉକ୍ତ ରାସ୍ତାଟି ସବୁ ଦିନିଆ ରାସ୍ତା ହୋଇ ଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପକ୍କା ହୋଇ ପାରିନାହିଁ । ଅଳ୍ପ କିଛି ଦିନ ହେବ ପଞ୍ଚାୟତ ପକ୍ଷରୁ ଏମଜିଏନଆରଜିଏସରେ ପାଞ୍ଚ ଲକ୍ଷ ଟଙ୍କା ବେୟରେ ଉକ୍ତ ରାସ୍ତା ଉପରେ ମରମ ବିଛାଇ ଛନ୍ତି । ବର୍ଷା ଦିନେ ଏହି ମରମ ବିଛା ଯାଇଥିବା ବେଳେ ତାହାଫଳରେ ରାସ୍ତାଟି ଆହୁରି ନଷ୍ଟ ହୋଇ ଯାଇଛି । ଏହି ରାସ୍ତା ଉପରେ ନିର୍ଭର କରି ଆସୁଥିବା ଲୋକେ ଯିବା ଆସିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ସରପଞ୍ଚ ଠାରୁ ବ୍ଲକରେ ଜଣାଉଥିଲେ ମଧ୍ୟ କିଛି ଫଳ ହେଉନଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking