22.1 C
Bhubaneswar
Sunday, January 23, 2022
Homeଅପରାଧଓଡ଼ିଶା ଗାଁ’ରେ ଛତିଶଗଡ଼ ଚୋର: ୩ ଜଣଙ୍କୁ ଧରି ନିର୍ଦ୍ଧୁମ ପିଟିଲେ ଗ୍ରାମବାସୀ

ଓଡ଼ିଶା ଗାଁ’ରେ ଛତିଶଗଡ଼ ଚୋର: ୩ ଜଣଙ୍କୁ ଧରି ନିର୍ଦ୍ଧୁମ ପିଟିଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରିର ବ୍ଲକ ଅନ୍ତର୍ଗତ ଉଡୁପା ପଞ୍ଚାୟତର ବଇଲାପାରି ଗ୍ରାମରେ ଗତକାଲି ରାତିରେ ଛତିଶଗଡ ୭ ଜଣ ବ୍ୟକ୍ତି ପଶିଥିଲେ । ଏନେଇ ଖବର ମିଳିବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ଏମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ତେବେ ୭ ଜଣଙ୍କ ମଧ୍ୟରୁ ୪ ଜଣ ଦୌଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ୩ ଜଣକୁ ଧରି ଗ୍ରାମବାସୀ ନିସ୍ତୁକ ମାଡ ମାରିଥିଲେ । ଗ୍ରାମବାସୀ ଏମାନଙ୍କୁ ଚୋର ଭାବି କାବୁ କରିଥିଲେ । ଗ୍ରାମବାସୀ ଆଜି ସକାଳେ ତିନି ଜଣ ଚୋରକୁ ପୋଲିସ ଜିମାରେ ଦେଇଥିଲେ । ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଏମାନେ ଚୋରି କରିବା ଉଦ୍ଦେଶ୍ୟରେ ଆସିନଥିବା ଜଣାପଡିଛି । ତମ୍ବାଖାସୁ ପାଇଁ ଏମାନେ ଏହି ଗ୍ରାମକୁ ଆସିଥିବା ସୂଚନା ମିଳିଛି । ତେବେ ଗ୍ରାମବାସୀ ଚୋର ଭାବି ଏମାନଙ୍କୁ କାବୁ କରିଥିଲେ । ତେବେ ପୋଲିସ ଏହାର ଅଧିକ ତଦନ୍ତ କରୁଛି । ତଦନ୍ତ ପରେ ଘଟଣାର ପର୍ଦ୍ଦାଫାସ ହେବ ବୋଲି ପୋଲିସ କହିଛି । ପୋଲିସ ଅଟକ ରଖିଥିବା ୩ ଜଣ ବ୍ୟକ୍ତି ହେଲେ ଛତିଶଗଡ ନାରାୟଣପୁରର ଶିବନ୍ତ ୟାଦବ, ରାଜନନ୍ଦଗାଓଁର ବଂଶୀଲାଲ ପାଟିଲ ଏବଂ ସନ୍ତୋଷ ଗୁପ୍ତା । ଏମାନେ ଗ୍ରାମବାସୀଙ୍କ ଦ୍ୱାରା ମାଡ ଖାଇଥିବା ବେଳେ ଆହତ ହୋଇଛନ୍ତି । ପୋଲିସ ତୁରନ୍ତ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାରେ ତମ୍ବାଖାସୁ କୁ ନେଇ ଲୋକଙ୍କ ମଧ୍ୟରେ ରହିଥିବା ଅନ୍ଧ ବିଶ୍ୱାସ ଯୋଗୁଁ ଏହିଭଳି ପରିସ୍ଥିତି ବହୁବାର ଉପୁଜିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking