OnaKhabar

ଗାଁ ମୁଖିଆଙ୍କ ଦାଦାଗିରି, ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମଶାଣିରୁ ଫେରାଇଲେ ଶବ

ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ଲଜ୍ଜ୍ୟାମାନ ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ମଧ୍ୟ ଠାକ ସେହିପରି ଏକ ଘଟଣା ସାମନାକୁ ଆସିଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁ ମଶାଣିରେ ଶବ ଦାହ କରିବାକୁ ମନାକଲେ ଗାଁ ମୁଖିଆ । ଉପାୟ ନ ପାଇ ଗାଁ ଠାରୁ ୧୦ କିଲୋମିଟର ଦୂର ନଦୀ ପଠାରେ ପରିବାର ଲୋକେ କଲେ ଶବ ଦାହ । ଏଭଳି ଅଭିଯୋଗ ଅସିଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ଆମ୍ବଳିଅଠା ଗାଁରୁ ।
ସୂଚନାନୁଯାୟୀ, କିଛିମାସ ତଳେ ଗାଁର ଗିରିଜା ଜେନାଙ୍କ ସହ ଗାଁ ମୁଖିଆ ଓ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା । ସୋମବାର ସକାଳେ ଗିରିଜାଙ୍କ ବାପା ପ୍ରାଣ ହରାଇଥିଲେ।ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ସହଯୋଗ କରିବା ପାଇଁ ଗିରିଜା ଗାଁ ମୁଖିଆଙ୍କ ନିକଟରେ ନିବେଦନ କରିଥିଲେ । ଏହାସହ ଗାଁ ମଶାଣିରେ ଶବ ଦାହ ପାଇଁ ଅନୁମତି ମାଗିଥିଲେ। ହେଲେ ଗାଁ ମୁଖିଆ ମନା କରିଥିବା ସେ ଅଭିଯୋଗ କରିଛନ୍ତି । ଏମିତିକି ଘଟଣା ନେଇ ଥାନାରେ ଜଣାଇଥିଲେ ମଧ୍ୟ ପୁଲିସ ସହଯୋଗ କରିନଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗକୁ ଗାଁ ମୁଖିଆ ଏବଂ ପୋଲିସ ଖଣ୍ଡନ କରିଛନ୍ତି । ଗ୍ରାମବାସୀଙ୍କ ସହ ଉକ୍ତ ପରିବାରର ମନୋମାଳିନ୍ୟ ଥିବାରୁ ଗ୍ରାମବାସୀ ସେମାନଙ୍କୁ ସହଯୋଗ କରିନଥିବା ପୋଲିସ କହିଛି ।

ଲୁଟର ସୀମାପାର କଲେ ଲୁଟେରା, ୧୨୦୦ ଶତାବ୍ଦୀର ମୂର୍ତ୍ତି ଚୋରି କରି ଫୁର

 


Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111