35.1 C
Bhubaneswar
Tuesday, April 23, 2024
Homeଓଡିଶାମହାନଦୀ ବିବାଦକୁ ନେଇ ବର୍ଷିଲେ ବିଜୟ

ମହାନଦୀ ବିବାଦକୁ ନେଇ ବର୍ଷିଲେ ବିଜୟ

ଭୁବନେଶ୍ୱର : ମହାନଦୀକୁ ନେଇ ପୁଣିବ ବିବାଦ ତେଜିଛି । ଏନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ , ଭୟଙ୍କର ଜଳ ସଂଙ୍କଟ ଭିତରକୁ ଯାଉଛି ଓଡିଶା । ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ । ମହାନଦୀ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ମାତ୍ର ୨ ମାସ ରହିଛି । କେନ୍ଦ୍ର ସରକାର ଚାହିଁଲେ ଏହି ଅବଧିକୁ ଆଉ ୨ ବର୍ଷ ବଢାଇ ପାରିବେ । କିନ୍ତୁ ବଢାଇବେ କି ନାହିଁ ତାହା କିଏ କହିବ ବୋଲି କହିଛନ୍ତି ବିଜୟ ମହାପାତ୍ର । ଟ୍ରିବ୍ୟୁନାଲରେ କ’ଣ ହେଉଛି କେହି ଜାଣି ପାରୁ ନାହାନ୍ତି । ରାଜ୍ୟ ସରକାର ସେଠାରେ ତଥ୍ୟ ଉପସ୍ଥାପନ କରିପାରୁ ନାହାନ୍ତି କିମ୍ବା ଲଢିପାରୁ ନାହାନ୍ତି । କିଛି ଦିନ ତଳେ ମହାନଦୀ ପାଇଁ ସ୍ୱର ଉଠାଇଥିବା ସରାକାର , ବିରୋଧି ଓ ବିଭିନ୍ନ ସଂସ୍ଥା ଏବେ ଚୁପ କାହିଁକି ଅଛନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।

ରାଜ୍ୟ ସରକାର ହୀରାକୁଦ ତଳମୁଣ୍ଡରେ ଘୋଷଣା କରିଥିବା ୬ ଗୋଟି ପ୍ରକଳ୍ପ କୁଆଡେ ଗଲା ? ଏହି ପ୍ରକଳ୍ପ ଭଳି ମହାନଦୀର ଉପର ମୁଣ୍ଡରେ ଥବା ୧୨ ଟି ପ୍ରକଳ୍ପ ମଧ୍ୟ ହୋଇପାରୁନାହିଁ । ବର୍ତ୍ତମାନ ସଂସଦରେ ଏହି ପ୍ରସଙ୍ଗ ଉଠାଇବା ଅତ୍ୟନ୍ତ ଆବଶ୍ୟକ । ମହାନଦୀ ସ୍ଥତି ଉପରେ ସରକାର ସଧାରଣ ଲୋକଙ୍କୁ ଅବଗତ କରାଇବା ଦରକାର । ଏବେଠାରୁ ରାଜ୍ୟରେ ମହାନଦୀ ଓ ଶାଖା ନଦୀ ଗୁଡିକ ଶୁଖିଲାଣି ଏବଂ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତାରା ପ୍ରାସାଦ ବାହିନୀ ପତି । ସେ କହିଛନ୍ତି ,ରାଜ୍ୟର ସ୍ୱାର୍ଥ୍ୟ ବିଜେପି ଓ ବିଜେଡି ଦେଖୁ ନାହାନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଛତିଶିଗଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ବୋଲି ସେ କହିଛିନ୍ତି ।

ବିଜୟ ମହାପାତ୍ରଙ୍କ ପ୍ରସଙ୍ଗକୁ ନେଇ ଉତ୍ତର ରଖିଛନ୍ତି ବିଜେଡି ନେତା ତଥା ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଟ୍ରିବ୍ୟୁନାଲର ରାୟ ଆମ ସପକ୍ଷରେ ଆସିବ ବୋଲି ସେ ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking