27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିଜୟ ଦେବରାକୋଣ୍ଡା ଖୁବ ଶୀଘ୍ର କରିବେ ବଲିଉଡରେ ଏଣ୍ଟ୍ରି

ବିଜୟ ଦେବରାକୋଣ୍ଡା ଖୁବ ଶୀଘ୍ର କରିବେ ବଲିଉଡରେ ଏଣ୍ଟ୍ରି

ମୁମ୍ବାଇ : ସାୁଥ ସୁପରଷ୍ଟାର୍ ତଥା ନିଜର ଦମଦାର ଅଭିନୟ ପାଇଁ ଜଣାଶୁଣା ଅଭିନେତା ବିଜୟ ଦେବରାକୋଣ୍ଡା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ସମଗ୍ର ଦେଶରେ ଓ ଦେଶ ବାହେରେ ବିଜୟ ଅସଂଖ୍ୟ ଲୋକଙ୍କ ପ୍ରଶଂସକ ହୋଇ ପାରିଛନ୍ତି । ଲକ୍ଷ ଲକ୍ଷ ଝିଅଙ୍କ ହୃଦୟରେ ରାଜ କରନ୍ତି ବିଜୟ । ସୁପରହିଟ୍‌ ଫିଲ୍ମ ଅର୍ଜୁନ ରେଡ୍ଡିରେ ଅଭିନୟ କରିବା ପରେ ସେ ଖୁବ ପ୍ରତିଷ୍ଠା ହାସଲ କରିଛନ୍ତି ।
 

ତେବେ ଲୋକପ୍ରିୟ ଅଭିନେତା ବିଜୟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଯେ, ସେ ବଲିଉଡରେ ଖୁବ ଶୀଘ୍ର ପାଦ ଦେବାକୁ ଯାଉଛନ୍ତି। ଏହି ଖବର ଅନେକ ଦର୍ଶକଙ୍କୁ ଉତ୍ସାହିତ କରିଛି । ଗୋଆରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ବିଜୟ ନିଜେ ଏହି କଥା କହିଛନ୍ତି ।

ତାଙ୍କ ଫିଲ୍ମ ଅର୍ଜୁନ ରେଡ୍ଡୀର ରିମେକ ବଲିଉଡ ଫିଲ୍ମ କବୀର ସିଂହ ବକ୍ସ ଅଫିସରେ ହିଟ ହେବା ପରଠୁ ବିଜୟଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବୃଦ୍ଧି ପାଇଛି । ନିକଟରେ ବିଜୟଙ୍କ ଅଭିନୀତ ଫିଲ୍ମ ଡିୟର କମ୍ରେଡ ତାଙ୍କୁ ଆଉ ଏକ ସଫଳତା ଦେଇଛି ।
 

ତାଙ୍କ ଡେବ୍ୟୁ ନେଇ ଏବେ ଦର୍ଶକ ଅପେକ୍ଷାରେ ରହିବେ । ଏହାପରେ ବିଜୟଙ୍କ ବଲିଉଡ ଡେବ୍ୟକୁ ତାଙ୍କ ପ୍ରଂଶସକମାନେ ଅପେକ୍ଷା କରିଥିଲେ । ଖୁବଶୀଘ୍ର ଦର୍ଶକଙ୍କ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି | କାରଣ ବଲିଉଡରେ ଏଣ୍ଟ୍ରି କରିବେ ବୋଲି ସେ ନିଜେ ସୂଚନା ଦେଇଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking