27.1 C
Bhubaneswar
Thursday, April 25, 2024
Homeଅପରାଧଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ କିରାଣୀ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ କିରାଣୀ

ବୌଦ୍ଧ: ଭିଜିଲାନ୍ସ ଜାଲରେ ଶିକ୍ଷାଧିକାରୀ କାର୍ଯ୍ୟାଳୟର କିରାଣୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କିରାଣୀ ଚତୁର୍ଭୁଜ ଖମାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତେବେ ଲାଞ୍ଚ ମୁକ୍ତ କରିବା ପାଇଁ ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ତାଙ୍କ କରି ଚାଲିଛନ୍ତି । କିଛି କାମ କରିବା ପାଇଁ ହେଲେ ଲାଞ୍ଚ ନେଇ କାମକରୁଛନ୍ତି । ସେ ମୋଟା ଅଙ୍କର ଲାଞ୍ଚ ହେଉ କି କମ ଟଙ୍କାର ।
ସୂଚନା ଅନୁସାରେ , ହରଭଙ୍ଗା ବ୍ଳକ ଭାବପୁର ଗାଁର ନର୍ମଦା ତାଣ୍ଡିଆ ନାମ୍ନୀ ମହିଳାଙ୍କ ସ୍ୱାମୀଙ୍କର କିଛି ଦିନ ପୂର୍ବେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସ୍ୱାମୀଙ୍କ ପେନସନ୍ ପାଇବା ପାଇଁ ନର୍ମଦା ବାରମ୍ବାର ବ୍ଳକ କାର‌୍ୟ୍ୟାଳୟକୁ ଦୌଡିଥିଲେ । ତେବେ ପେନସନ୍ କରାଇଦେବା ପାଇଁ ଚତୁର୍ଭୁଜ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ନର୍ମଦା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ନର୍ମଦା ୫ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking