40.1 C
Bhubaneswar
Thursday, April 25, 2024
Homeଓଡିଶାଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଫୁଲବାଣୀ ଜିଲା କୋଷାଗାରର ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର । ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି ବ୍ରହ୍ମପୁର ଡିଭିଜନ୍ ଭିଜିଲାନ୍ସ ।
ତେବେ ଫୁଲବାଣୀରେ ଅବସରପ୍ରାପ୍ତ ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଏରିଅର ବିଲ୍ କରାଇ ଦେବା ପାଇଁ ତାଙ୍କଠାରୁ ୩ହଜାର ଟଙ୍କା ଲଞ୍ଚ ମାଗିଥିଲେ ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର । ଆଜି ଅବସରପ୍ରାପ୍ତ ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କଠାରୁ ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଅରୁପଙ୍କ ପକେଟରୁ ୩ ହଜାର ଟଙ୍କା ଜବତ ହେବା ପରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛି ଭିଜିଲାନ୍ସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking